ଚାରିଛକ : ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ ପଞ୍ଚାୟତ (ଛତ୍ରଙ୍ଗ) ରହଣି ସାହିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ତିନି ବଖରା ଘର ଭସ୍ମୀଭୂତ ହୋଇଛି ତେବେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପରିବାର ଲୋକ। ଖବର ମତେ ଛତ୍ରଙ୍ଗ ଗ୍ରାମ ରହଣି ସାହିର ରାଜୀବ ବେହେରା ଓ ତାଙ୍କ ପିତା ମହେନ୍ଦ୍ର ବେହେରାଙ୍କ ତିନି ବଖରା ଚାଳ ଘର ପରିବାର ଲୋକେ ଘରେ ଶୋଇଥିବା ବେଳେ ନିଆଁ ଲାଗିଥିଲା। କୌଶଳ କରି ପରିବାର ଲୋକେ ଘରୁ ବାହାରକୁ ବାହାରି ଯାଇଥିବା ବେଳେ ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ କୁଲର, ଫ୍ରିଜ, ଘରୋଇ ଆସବାବ ପତ୍ର ସହିତ, ଚାଉଳ, ଧାନ, ଡାଲି ଜାତୀୟ ଗଛିତ ଶସ୍ୟ ଏବଂ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା।
Popular Categories



