www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ: ଶୁକ୍ରବାର ରାଶିଫଳ

ମେଷ: ବିଭିନ୍ନ ସୂତ୍ରରୁ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ସ୍ବରୂପ ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଗଠନ ପ୍ରଣାଳୀ ସୁଢ଼ଳ ହୋଇପାରେ। ପ୍ରଜ୍ଞାଶୀଳ ହେବେ। ଜଣେ ମହାମନୁଷ୍ୟର ପରିଚୟ ସୃଷ୍ଟି କରିବେ।
ବୃଷ: ଅତି ଚତୁର ହେବେ। ପରୋପକାରୀ ହୋଇପାରନ୍ତି। ଜଣେ ବିଶିଷ୍ଟ କଥାକାରଭାବେ ସମାଜରେ ପରିଚିତ ହେବେ। ଆଚାର, ବ୍ୟବହାର ଓ ସତ୍‌ଚରିତ୍ର ପାଇଁ ପୂଜ୍ୟ ପୂଜାର ଆସନ ଅଳଙ୍କୃତ କରିବେ।
ମିଥୁନ: ଜଣେ ଦକ୍ଷ ପ୍ରଶାସକର ସକଳ ଗୁଣ ଆପଣଙ୍କ କାର୍ଯ୍ୟ କଳାପରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଜଣେ ଚରିତ୍ରବାନ୍‌ ବ୍ୟକ୍ତିଭାବେ ସୁଜନାନୁରକ୍ତ ହୋଇପାରନ୍ତି। ପ୍ରଣୟିନୀଙ୍କଠାରେ ଲାଭଦାୟିକା ଗୁଣ ରହିଛି।
କର୍କଟ: ବ୍ୟାପୁଥିବା ଅଜଣା ରୋଗ କବଳରୁ ରକ୍ଷା ପାଇବା ପାଇଁ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ଚଞ୍ଚଳମନା ହେବେ। ଚଞ୍ଚଳ ମନର ନିଗ୍ରହ କଠିନ ହୋଇପାରେ; ମାତ୍ର ଅସମ୍ଭବ ନୁହେଁ। ସୁସ୍ଥ ରହିବେ।
ସିଂହ: ସାଧୁମାନଙ୍କ ପ୍ରତି ଅନୁରକ୍ତ ହେବେ। ଛନ୍ଦ, କପଟ ଓ ମାୟା ବିହୀନ ବ୍ୟକ୍ତିବିଶେଷ ହେବେ। ଗୁରୁମାନଙ୍କର ହିତକାରୀ ସେବକ ହେବେ। ସୂର, ବୀରମାନଙ୍କ ନିକଟରେ ପ୍ରଣୀତ ହେବେ। ସୁସ୍ଥ ରହିବେ।
କନ୍ୟା: ଶତ୍ରୁକୁ ନିର୍ବଳ ଭାବି ହେୟ ଜ୍ଞାନ କରିବା ଉଚିତ ନୁହେଁ। ଆପଣ କଳେ, ବଳେ, କୌଶଳେ ଶତ୍ରୁ ବିନାଶ କରିପାରନ୍ତି; ମାତ୍ର ପାଉଁଶ ତଳେ ନିଅଁା ଥିବାରୁ ଅବିଶ୍ବାସ କରି ହେବନି। ଋଣ ପରିଶୋଧ କରିପାରନ୍ତି।
ତୁଳା: ଫଳର ଆଶା ନ ରଖି କେବଳ କର୍ମର ସତ୍‌ମାର୍ଗକୁ ଆଦରି ନେଇପାରନ୍ତି। ନିର୍ଭୟ ଚିତ୍ତସମ୍ପନ୍ନ ହୋଇ ପ୍ରାପ୍ତ ପରାମର୍ଶକୁ ପାଥେୟ କରି କାର୍ଯ୍ୟ କରିଚାଲିବେ। ସନ୍ତାନମାନେ ସାହାଯ୍ୟକାରୀ ହେବେ।
ବିଛା: ଶାନ୍ତ, ସରଳ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ନାରୀ ହୋଇଥିଲେ ଜଣେ ମମତାମୟୀ ମାତାର ପରିଚୟ ସୃଷ୍ଟି କରିବେ। ଚତୁର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସାଥୀ, ସହକର୍ମୀ ଓ ଅନୁଗତଙ୍କ ଆଜ୍ଞାକାରୀ ହେବେ।
ଧନୁ: କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରି ବିଶୃଙ୍ଖଳିତ ଅବସ୍ଥାକୁ ଶୃଙ୍ଖଳିତ କରିପାରନ୍ତି। ଜନସାଧାରଣଙ୍କ ହିତାକାଂକ୍ଷୀ ହୋଇପାରନ୍ତି। ବିନୀତ ସ୍ବଭାବ ଓ ବିତ୍ତବାନ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି।
ମକର: ଧୀର ସ୍ଥିର ସ୍ବଭାବ ପ୍ରଦର୍ଶନ କରି ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ସତ୍ୟନିଷ୍ଠ ମନୋଭାବର ଯଦିଓ ହେବେ; ତଥାପି କିଛିଟି ସ୍ବାର୍ଥ ତ୍ୟାଗ କରିବାକୁ ପଡ଼ିବ। ବହୁ କଷ୍ଟରେ ଧନାଗମ ହୋଇପାରେ।
କୁମ୍ଭ: ସଦା ସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଆଧ୍ୟାତ୍ମମାର୍ଗ ତିଥିମାନଙ୍କରେ ଧର୍ମଧ୍ବଜାଧାରୀ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବାର ସୂଚନା ମିଳୁଛି। ପ୍ରଥିତ ପ୍ରଭାବ ସମ୍ପନ୍ନ ହେବ।
ମୀନ: ବେଳେ ବେଳେ ମତିଗତି ବିକ୍ଷିପ୍ତ ହୋଇପାରେ। ଆଳସ୍ୟ ପରାୟଣ ହେବାର ସୂଚନା ମିଳୁଛି। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିବାର ସମ୍ଭାବନା ଅଛି। ବହୁ ବ୍ୟୟକାରୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories