www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ

ଭୁବନେଶ୍ଵର: ଆଜି ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ। ପ୍ରତିବର୍ଷ ମେ ୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଏ। ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ’ ୩କୁ ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲା। ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମ୍ବାଦିକଙ୍କ ଗୁରୁତ୍ବ କେତେ ତାହା ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି। ଗଣମାଧ୍ୟମ ଓ ସାମ୍ବାଦିକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ଦିବସ ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ନେଇ ଏହି ଦିବସ ବାର୍ତ୍ତା ବହନ କରିଥାଏ। ବିଶ୍ବସ୍ତରରେ ପାଳିତ ହେଉଥିବା ଏହି ଦିବସରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥାଏ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories