www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ମୁମ୍ବଇ ଇଣ୍ଡିଆନ୍ସ-କଲକାତା ନାଇଟ୍‌ ରାଇଡର୍ସ ଟକ୍କର

ମୁମ୍ବଇ : ଆଇପିଏଲ ମହାସମର। ଆଜି ୱାଙ୍ଖଡେ ଷ୍ଟାଡ଼ିୟମରେ ମୁହାଁମୁହିଁ ହେବେ ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ।ଉକ୍ତ ମ୍ୟାଚ କଲକାତା ଅପେକ୍ଷା ମୁମ୍ବଇ ପାଇଁ ଗୁରୁତ୍ବପୂର୍ଣ୍ଣ। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ୍ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି।
କଲକାତା ନାଇଟ୍‌ ରାଇଡର୍ସ ୯ଟି ମ୍ୟାଚ୍‌ରୁ ୬ଟି ବିଜୟ ୩ଟି ପରାଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜୟ ବରଣ କରିଛି। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ମୁମ୍ବଇକୁ ଉକ୍ତ ମ୍ୟାଚ ଜିତିବା ଜରୁରୀ । କାରଣ ଦଳ ନିକଟରେ ରହିଥିବା ଶେଷ ୪ଟି ମ୍ୟାଚ ମଧ୍ୟରୁ ଯଦି ଗୋଟିଏ ବି ପରାଜିତ ହୁଏ ତେବେ ପ୍ଳେ ଅଫ ଦୌଡ଼ରୁ ବାଦ୍‌ ପଡ଼ିବା ନିଶ୍ଚିତ। ଶେଷ ମ୍ୟାଚରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିକଟରୁ ବ୍ୟାଟିଂ ଦୁର୍ଦଶା ଭୋଗି ୪ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂରେ ଇଶାନ କିଷନ, ରୋହିତ ଶର୍ମା,ସୂର୍ଯ୍ୟକୁମାର ଯାଦବ,ତିଲକ ବର୍ମା, ନିହାଲ ୱାଧେରା, ହାର୍ଦିକ ପାଣ୍ଡ୍ୟାଙ୍କ ସହ ଟିମ୍‌ ଡେଭିଡ୍‌ ରହିଛନ୍ତି। ଦଳ ନିକଟରେ ଲମ୍ବା ବ୍ୟାଟିଂ ଲାଇନ୍‌ ରହିଥିଲେ ମଧ୍ୟ ନିୟମିତ ଭଲ ବ୍ୟାଟିଂ କରିବାରେ ବିଫଳ ହେଉଛି। ଦଳକୁ ବ୍ୟାଟିଂ ବିଭାଗରେ ବଡ଼ ସ୍କୋର କରିବାର ଆବଶ୍ୟକତା ରହିଛି। ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବୋଲର ସେଭଳି ବିପକ୍ଷ ଦଳ ଉପରେ ଚାପ ପକାଇବାରେ ବିଫଳ ହେଉଛି। ନୂଆନ ତୁଷାରା, ଗାଲାର୍ଡ କୋଏଟ୍‌ଜି, ସ୍ପିନର ଭାବେ ପିୟୁଷ ଚାୱାଲା, ମହମ୍ମଦ ନବି ରହିଛନ୍ତି। ଏହାଛଡ଼ା ହାର୍ଦିକ ମଧ୍ୟ ବୋଲିଂ କରୁଛନ୍ତି। ଦଳକୁ ମ୍ୟାଚ ଜିତିବାକୁ ହେଲେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଛି। ଓପନିଂରେ ଫିଲ୍‌ ସଲ୍ଟ ଓ ସୁନୀଲ ନାରାୟଣ ଫର୍ମରେ ରହିଛନ୍ତି। ସଲ୍ଟ ୩୯୨ ଓ ନାରାୟଣ ୩୭୨ରନ କରିଛନ୍ତି। ଶେଷ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୭ ୱିକେଟରେ ପରାସ୍ତ କରିଥିଲା। ବରୁଣ ଚକ୍ରବର୍ତ୍ତୀ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କଲକାତା ୩ଟି ଓ ମୁମ୍ବଇ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି। ଚଳିତ ଆଇପିଏଲରେ ମୁମ୍ବଇ ବିପକ୍ଷରେ କଲକାତା ଫେବରିଟ୍‌ ରହିଛି। କିନ୍ତୁ ମୁମ୍ବଇ ନିକଟରେ ଅଭିଜ୍ଞ ଖେଳାଳି ରହିଥିବାରୁ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories