BJD Bijuli 480×75 Mob

ସରିଲା ନାମାଙ୍କନପତ୍ର ଯାଞ୍ଚ , ଗୋଟିଏ ପ୍ରାର୍ଥୀପତ୍ର ନାକଚ

BJD Bijuli 480×75 Mob

ବୌଦ୍ଧ: ବୌଦ୍ଧ ଜିଲାରେ  ନାମାଙ୍କନପତ୍ର ଯାଞ୍ଚ  ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି।  ନାମାଙ୍କନପତ୍ର ଯାଞ୍ଚ ପରେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ଗୋଟିଏ ପ୍ରାର୍ଥୀପତ୍ର ନାକଚ ହୋଇଛି।  ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ୬ ଜଣ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇ ୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।  ୩ ପ୍ରମୁଖ ରାଜନୈତିକ ଦଳ  ସହିତ ଅନ୍ୟଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ନାମାଙ୍କନପତ୍ର ଯାଞ୍ଚ କରାଯିବାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ନାମାଙ୍କନପତ୍ର ଯାଞ୍ଚ ପରେ ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ୬ ଜଣ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପାଇ ୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ଘୋଷଣା କରାଯାଇଛି। ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ବୈଧ ଘୋଷଣା କରାଯାଇଥିବା ପ୍ରାର୍ଥୀମାନେ ହେଲେ ବିଜେଡି ପକ୍ଷରୁ ପ୍ରଦୀପ ଅମାତ, ବିଜେପିର ସରୋଜ କୁମାର ପ୍ରଧାନ , କଂଗ୍ରେସର ନବ କୁମାର ମିଶ୍ର , ଇଣ୍ଡିଆନ ସିଟିଜେନ ପାର୍ଟି ପକ୍ଷରୁ ଷଷ୍ଠ କୁମାର ପୁରୋହିତ , ସ୍ୱାଧିନ ପ୍ରାର୍ଥୀ ଭାବେ ସୋମନାଥ ପୁରୋହିତ ଓ ପ୍ରଦୀପ ସାହୁ ।

ସେହିପରି କଂଟାମାଳ ନିର୍ବାଚନ ମଣ୍ଡଳି ପାଇ ବୈଧ ଘୋଷଣା କରାଯାଇଥିବା ପ୍ରାର୍ଥୀମାନେ ହେଲେ ବିଜେପି ପକ୍ଷରୁ କହ୍ନାଈ ଚରଣ ଡାଙ୍ଗ, କଂଗ୍ରେସ ପକ୍ଷରୁ ସରୋଜ ପ୍ରଧାନ, ବିଜେଡି ପକ୍ଷରୁ ମହୀଧର ରଣା , ସ୍ୱାଧିନ ପ୍ରାର୍ଥୀ ଭାବେ କୁଞବିହାରୀ ସିଂ, ସତ୍ୟବ୍ରତ ସାହୁ ଓ ସୁଧାଂଶୁ ଡାଙ୍ଗ।  ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ବୌଦ୍ଧ ଜିଲାପାଳଙ୍କ କାର୍ୟ୍ୟାଳୟରେ ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ନିର୍ବାଚନଣ୍ଡଳୀ ରିଟର୍ଣ୍ଟିଂ ଅଫିସର ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଟିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତ ପ୍ରାର୍ଥୀ ଓ ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଯାଞ୍ଚ କରିଥିଲେ।

Comments are closed.