www.samajalive.in
Sunday, December 7, 2025
16.1 C
Bhubaneswar

ଆଜି କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା: ମଙ୍ଗଳବାର ରାଶିଫଳ

ମେଷ: ଜୀବେ ଦୟା ଧର୍ମଭାବକୁ ଆପଣେଇ ପତିପତ୍ନୀ ଉଭୟେ ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଗୃହପାଳିତ ପଶୁମାନଙ୍କୁ ସନ୍ତାନ ସ୍ନେହ ଦେଇ ଆପଣ ଆନନ୍ଦ ଲାଭ କରିପାରନ୍ତି। ଗାୟତ୍ରୀ ପ୍ରେମୀ ହେବେ।
ବୃଷ: ହାସ୍ୟମୁଖ ହୋଇପାରନ୍ତି। ରାଜା ବିକ୍ରମାଦିତ୍ୟଙ୍କ ଭଳି ଶୟନେ, ସପନେ, ଜାଗରଣେ ଓ ରାଜକାର୍ଯ୍ୟରେ ପତ୍ନୀପ୍ରାଣ ହୋଇପାରନ୍ତି। ସତର୍କତା ଅବଲମ୍ବନ ନକଲେ ସିଙ୍ଘ ଥିବା ପଶୁଦ୍ବାରା ଆଘାତପ୍ରାପ୍ତ ହେବେ।
ମିଥୁନ: ଧନୀ କନ୍ୟାଙ୍କୁ ପତ୍ନୀ ରୂପେ ଗ୍ରହଣ କରିବା ସହିତ ତାଙ୍କ ସୌନ୍ଦର୍ଯ୍ୟ ଓ ଅପରୂପ ଶୋଭାରାଶିକୁ ହୃଦୟ ଦର୍ପଣରେ ସାଇତି ରଖିପାରନ୍ତି। ନିଜେ ନୂତନ ବେଶଧାରୀ ଓ ପତ୍ନୀଙ୍କ ନିକଟରେ ବିନୟୀ ଭାବାପନ୍ନ ହେବେ।
କର୍କଟ:ଜଣେ ଗୃହୀ ହିସାବରେ କର୍ମଚଞ୍ଚଳ ରହିବେ। ଆତୁରିତ ମନୋଭାବର ହେବେ। ବ୍ରାହ୍ମଣ, ରାଜ୍ୟର ପାଳକ ଓ ମହାଜନୀ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କର ପରମ ଶତ୍ରୁ ହୋଇପାରନ୍ତି। ସୁସ୍ଥ ରହିବେ।
ସିଂହ: ଜ୍ଞାନୀ, ଗୁଣୀ, ସଙ୍ଗୀତପ୍ରିୟ, ବାଦ୍ୟଯନ୍ତ୍ର ବିଶାରଦ ଓ ଜଣେ ନୀତିନିଷ୍ଠ ବ୍ୟକ୍ତିଭାବେ ପରିଚିତ ହେବେ। ସତ୍‌ସଙ୍ଗ ପାଇଁ ଇଚ୍ଛୁକ ହେବେ। ବହୁ କୁଟୁମ୍ବ ମେଳରେ ଜୀବନ ବିତାଇ ପରିବାରର ଆସ୍ଥାଭାଜନ ହେବେ।
କନ୍ୟା:ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ସୁଖ ପ୍ରାପ୍ତ ହେବ।
ତୁଳା: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିପାରେ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ପ୍ରାପ୍ତ ହେବ।
ବିଛା: ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ।
ଧନୁ: ଜମିଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
ମକର: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ।
କୁମ୍ଭ:ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରା ସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ମୀନ: କାର୍ଯ୍ୟରେ ଅବହେଳା କଲେ ଧନ କ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ବୃଦ୍ଧିପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories