www.samajalive.in
Sunday, December 7, 2025
23.1 C
Bhubaneswar

ମଇ ୩ରେ ରାୟଗଡ଼ାରେ ରାହୁଲଙ୍କ ଜନସଭା: ପ୍ରଚାର ପାଇଁ ଆସିବେ ପ୍ରିୟଙ୍କା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ତା’ର ପ୍ରଚାରକୁ ଜୋରଦାର କରିଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସିବେ କଂଗ୍ରେସ ନେତା ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ଏନେଇ ଦଳର ବରିଷ୍ଠ ନେତା ଭକ୍ତଚରଣ ଦାସ ଓ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ମେ’ ୩ରେ ଓଡ଼ିଶା ଆସିବେ ରାହୁଲ। ରାହୁଲ ଗାନ୍ଧୀ ନିକଟରେ ସାଲେପୁରରେ ନିର୍ବାଚନୀ ସଭା କରିଥିବାବେଳେ ଆସନ୍ତା ୩ରେ ରାୟଗଡ଼ାରେ ଜନସଭା କରିବେ। ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଆସନ୍ତା ୫ କିମ୍ବା ୯ ତାରିଖରେ ପ୍ରିୟଙ୍କା ମଧ୍ୟ ଓଡ଼ିଶା ଆସିପାରନ୍ତି। ପ୍ରିୟଙ୍କାଙ୍କ ନିର୍ବାଚନୀ ସଭା ପାଇଁ ପିସିସି ପକ୍ଷରୁ ଏଆଇସିସିକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଖୁବ୍‌ଶୀଘ୍ର ତାଙ୍କ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଅନୁରୂପ ଭାବେ ରାହୁଲ ଓ ପ୍ରିୟଙ୍କାଙ୍କ ବ୍ୟତୀତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ କଂଗ୍ରେସର ଜାତୀୟସ୍ତରର ଅନ୍ୟ ବରିଷ୍ଠ ନେତା ମଧ୍ୟ ପ୍ରଚାର ପାଇଁ ଓଡ଼ିଶା ଆସିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories