mission shakti banner

ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି ! ଜାଣନ୍ତୁ ବୁଧବାର ରାଶିଫଳ

nua o banner

ମେଷ: ଶ୍ରମିକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆପଣ ଅର୍ଥନୀତି ଶିକ୍ଷା ଉପରେ ଗୁରୁତ୍ବ ଦେବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଗୁରୁବାଣୀକୁ ସାଦରେ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାଶୀଳ ହୋଇପାରନ୍ତି। ଗାଁ ଗହଳିର ନ୍ୟାୟ, ନିଶାପରେ ଅଗ୍ରଣୀ ଭୂମିକା ଗ୍ରହଣ କରି ନ୍ୟାୟ ପ୍ରଦାନରେ ପ୍ରଶଂସନୀୟ ହେବେ। ସୁସ୍ଥ ଜୀବନ ବିତାଇବେ।
ମିଥୁନ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦର ମୁକାବିଲା କରିପାରନ୍ତି। ଉପୁଜିଥିବା ଅସୁସ୍ଥତା କ୍ଷଣସ୍ଥାୟୀ ହେବ। ଜଳଯାତ୍ରାରେ ନ କରିବା ଭଲ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
କର୍କଟ:  ଶ୍ରମକାତର ନ ହୋଇ କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ଆଜି ଦିନ ଭିତରେ ସୁଫଳର ଧାରା ଅବ୍ୟାହତ ରହିବ। ସପତ୍ନୀକ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ସେବାକରି ଆତ୍ମସନ୍ତୋଷ ଲାଭ କରିବେ।
ସିଂହ: ଶତ୍ରୁକୁ ଧରାଶାୟୀ କରିବା ପାଇଁ ଭାଇମାନଙ୍କ ସହାୟତା ଫଳପ୍ରଦ ହେବ। କଠିନ ଶ୍ରମ ସ୍ବୀକାର କରି ପ୍ରାପ୍ତ ଅର୍ଥରେ ଋଣ ପରିଶୋଧ କରିପାରନ୍ତି। ସର୍ବୋପରି ପତ୍ନୀଙ୍କ ଉପଦେଶ ଉପାଦେୟ ହେବ।
କନ୍ୟା:ପରୀକ୍ଷାର ବୋଝ ମୁଣ୍ଡ ଉପରେ ଥିବାରୁ ସମୟର ଅପଚୟ ନ କରି ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଶ୍ରମର ମୂଲ୍ୟାଙ୍କନ ହୋଇ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରେ। ବ୍ୟବସାୟ ଲାଭଜନକ ହେବ।
ତୁଳା: ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଗମନଗମନରେ ଯାନବାହନ ସୁଖ ମିଳିପାରେ।
ବିଛା: ଶ୍ରମଜୀବୀମାନେ ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଆଣିପାରନ୍ତି। ଦେବ ଦର୍ଶନ ପାଇଁ ସମସ୍ତ କଳ୍ମଷ ଦୂର କରିପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସହାୟତା ମିଳିବ।
ଧନୁ: ଜଣେ ସତ୍ୟନିଷ୍ଠ ଓ ତ୍ୟାଗଶୀଳ ବ୍ୟକ୍ତିବିଶେଷ ହୋଇ ମଧ୍ୟ ନିଜର ଶ୍ରମ ଦାନ କରି ଧନ ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବା ଧନ ଅର୍ଜନର ଅନ୍ୟତମ କାରଣ ହୋଇପାରେ। ଧନଲାଭରେ ଅତିସୁଖୀ ହେବେ।
ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉପହାର ଜନିତ ଆୟ ଆଶାନୁରୂପ ହୋଇପାରେ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଆର୍ଥିକ ସ୍ଥିତିକୁ ସୁଦୃଢ଼ ହୋଇପାରେ। ଶ୍ରମ ସାର୍ଥକ ହେବ।
କୁମ୍ଭ: ଅକ୍ଳାନ୍ତ ପରିଶ୍ରମ କରି ଆପଣ ଅର୍ଜନ କରିଥିବା କୀର୍ତ୍ତିର ବିଲୁପ୍ତ ଘଟିବ ନାହିଁ। ଜଣେ କରିତ୍‌କର୍ମା ବ୍ୟକ୍ତିବିଶେଷଭାବେ ଜନସାଧାରଣଙ୍କର ପ୍ରଶଂସାଭାଜନ ହେବେ। ସରକାରୀ କୃପା ଓ ସମ୍ମାନ ପ୍ରାପ୍ତ ହେବେ।
ମୀନ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭାଗୀୟ ସୂତ୍ରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ମାସ ବ୍ୟାପୀ କରିଥିବା ପରିଶ୍ରମର ଫଳ ଆଜି ପ୍ରାପ୍ତ ହେବେ।

Comments are closed.