ଏହି ରାଶି ବ୍ୟକ୍ତି ମାନଙ୍କର ହେବ ମନୋସ୍କାମନା ପୂର୍ଣ୍ଣ: ସାପ୍ତାହିକ ରାଶିଫଳ

ମେଷ: ରବିବାର ସାବଧାନତା ଅବଲମ୍ବନ କରନ୍ତୁ। ସାମାନ୍ୟ ଆଘାତ ଲାଗିପାରେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। ଆର୍ଥିକ ଚିନ୍ତା ଦୂରହେବ। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ। ପାରିବାରିକ ଅଶାନ୍ତି ଦେଖାଦେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ୍‌ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ସଫଳତା ପ୍ରାପ୍ତି ହେବ। ସୋମବାର ଓ ମଙ୍ଗଳବାର ମାନସିକ ଅବସାଦ ଦେଖାଦେବ। ଅର୍ଥହାନି ହୋଇପାରେ। ବୁଧବାର ଓ ଗୁରୁବାର ବ୍ୟବସାୟରେ ଲାଭବାନ୍‌ ହେବେ। ଦୂରଯାତ୍ରା କରିପାରନ୍ତି। ପ୍ରେମରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ରାଜଦଣ୍ଡର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଅସୁବିଧାରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ଶ୍ରୀଯୁକ୍ତ ହେବେ। ନୂତନ ଚିନ୍ତାଧାରା ଯୁକ୍ତ ହେବେ। ବୁଧବାର ଓ ଗୁରୁବାର ପ୍ରଗତିରେ ପଥରୋଧ ହେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ଶୁକ୍ରବାର ଓ ଶନିବାର ସମୟ ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। ସ୍ତ୍ରୀହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ଶତ୍ରୁକୁ ପରାସ୍ତ କରିବେ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ସୋମବାର ଓ ମଙ୍ଗଳବାର ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବେ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦେଖାଦେବ। ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାର ଆଘାତ ଲାଗିପାରେ। ସୋମବାର ଓ ମଙ୍ଗଳବାର ବନ୍ଧୁ ଲାଭ କରିବେ। ତୀର୍ଥଯାତ୍ରା କରିପାରନ୍ତି। ଯାନବାହନ ସୌଖ୍ୟ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିବେ। ଶୁକ୍ରବାର ଓ ଶନିବାର ଶତ୍ରୁକୁ ପରାସ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଭଟ୍ଟାରିକାଷ୍ଟକ ପାଠ କରନ୍ତୁ।
କନ୍ୟା:ରବିବାର ସନ୍ତାନହେତୁକ ସମସ୍ୟା ଦୂରହେବ। ସୋମବାର ଓ ମଙ୍ଗଳବାର କୌଣସି କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରି ଅପବାଦର ସମ୍ମୁଖୀନ ହେବେ। ଅସୁସ୍ଥତା ଦେଖାଦେବ। ବୁଧବାର ଓ ଗୁରୁବାର ସାମାଜିକ ପ୍ରତିଷ୍ଠା ପ୍ରାପ୍ତହେବ। ନୂତନ ଭୂମି କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
ତୁଳା: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳପ୍ରାପ୍ତି ହେବ। ଧନଲାଭ ହେବ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ତତ୍‌ ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋରୁଦ୍ର ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।
ବିଛା : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଯୋଗାଯୋଗ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧବାର ଓ ଗୁରୁବାର ସଫଳତା ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍‌ ନଚେତ୍‌ ଅସୁବିଧାରେ ପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତି ହେ​‌େ​‌ବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର କର୍ମକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ପ୍ରତିଷ୍ଠାଯୁକ୍ତ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର: ରବିବାର ପରୋପକାରୀ ହେବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ସୋମବାର ଓ ମଙ୍ଗଳବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ପାରିବାରିକ ଅଶାନ୍ତି ଦେଖାଦେବ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବୁଧବାର ଓ ଗୁରୁବାର ଦାର୍ଶନିକ ଚିନ୍ତାଧାରାଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ଆୟ ମଧ୍ୟମ ରହିବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। କାର୍ଯ୍ୟରେ ପଦୋନ୍ନତି ମିଳିପାରେ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ସାମାନ୍ୟ ଅସାବଧାନତା ହେତୁ ବିପଦରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ସମସ୍ୟାରୁ ମୁକ୍ତି ପାଇଁ ଚେଷ୍ଟା କରିବେ। ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ସାମାଜିକ ପ୍ରତିଷ୍ଠା ପ୍ରାପ୍ତ ହେବ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ସାମାନ୍ୟ ତ୍ରୁଟି ହେତୁ ଭର୍ତ୍ସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ସ୍କନ୍ଧ କବଚ ପାଠ କରନ୍ତୁ।

Comments are closed.