BJD Bijuli 480×75 Mob

ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା

BJD Bijuli 480×75 Mob

ଭୁବନେଶ୍ୱର: ପ୍ରତିଟି ଭୋଟ ମୂଲ୍ୟବାନା ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତିଟି ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ତେଣୁ ଯେଉଁ ମତଦାତାମାନେ ମତଦାନ ପାଇଁ ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ‘ଘରୁ ମତାଦନ’ (ହୋମ୍ ଭୋଟିଙ୍ଗ୍)ର ବ୍ୟବସ୍ଥା କରାଯାଇଛିା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ (ଦେଶରେ ସାମଗ୍ରିକ ଦୃଷ୍ଟିରୁ ଚତୁର୍ଥ ପର୍ଯ୍ୟାୟ) ଚାରୋଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ଘରୁ ମତଦାନ’ ପ୍ରକ୍ରିୟା ଆରମ୍ଭ ହୋଇଛିା

ଏକ ଐତିହାସିକ ନିଷ୍ପତ୍ତି କ୍ରମରେ ପ୍ରଥମ ଥର ପାଇଁ ଦେଶରେ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସରୁ ଊ–ର୍ ବରିଷ୍ଠ ମତଦାତା ଏବଂ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ (ବେଞ୍ଚମାର୍କ ଡିସାବିଲିଟି) ମତଦାତାଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ “ଘରୁ ମତଦାନ’ (ହୋମ୍ ଭୋଟିଙ୍ଗ)ର ବ୍ୟବସ୍ଥା କରିଛନ୍ତିା ଏଭଳି ମତଦାତାମାନେ ଚାହିଁଲେ ସେମାନଙ୍କୁ ମତଦାନ କେନ୍ଦ୍ରକୁ ଆସି ମତଦାନ କରିବା ପାଇଁ ପ୍ରଶାସନ ତରଫରୁ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବା ଅନ୍ୟଥା ସେମାନେ ଘରୁ ମତଦାନ କରିବାର ବିକଳ୍ପକୁ ମଧ୍ୟ ବାଛି ପାରିବୋ

ଏହି କ୍ରମରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪୧୫୮ ଜଣ ମତାଦାତା ‘ଘରୁ ମତଦାନ’ ବିକଳ୍ପକୁ ବାଛିଛନ୍ତିା ଏହା ମଧ୍ୟରେ ୨୧୯୬ ଜଣ ୮୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି ହୋଇଥିବାବେଳେ ୧୯୬୨ ଜଣ ୪୦%ରୁ ଅଧିକ ଭିନ୍ନକ୍ଷମତା ରହିଥିବା ମତଦାତା ଅଟନ୍ତିା କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ମତଦାତାଙ୍କ ଭୋଟ ଗ୍ରହଣ କରାଯାଇଛିା ଅନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ତାରିଖ ଓ ସମୟ ଅବଧ#ରେ “ଘରୁ ମତାଦାନ’ ବ୍ୟବସ୍ଥା କରାଯିବା ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଚାରି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟିଯାକ ବିଧାନସଭା କ୍ଷେତ୍ରରେ ଯୋଗ୍ୟ ମତଦାତାମାନେ “ଘରୁ ମତଦାନ’ ବିକଳ୍ପକୁ ବାଛିଛନ୍ତିା

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘରୁ ମତଦାନ କରିଥିବା ସମସ୍ତ ମତଦାତାଙ୍କୁ ଭାରତୀୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥ#ବାରୁ ଅଭିନନ୍ଦନ ଜଣାଇବା ସହ ‘ଘରୁ ମତଦାନ’ ବ୍ୟବସ୍ଥାକୁ ଏକ ଐତିହାସିକ ତଥା ପ୍ରଗତିଶୀଳ ବ୍ୟବସ୍ଥା ରୂପେ ବର୍ଣ୍ଣନା କରିଛନ୍ତିା କୌଣସି ମଧ୍ୟ ବାଧାବିଘ୍ନ ଯେପରି ଜଣେ ନାଗରିକଙ୍କୁ ନିଜର ବହୁମୂଲ୍ୟ ମତଦାନ କରିବାରେ ବାଧକ ନହୁଏ, ତାହାକୁ ଦୃଷ୍ଟିରେ ରଖି ‘ଘରୁ ମତଦାନ’ର ବିକଳ୍ପ ଦିଆଯାଉଛିା ପ୍ରତିଟି ଭୋଟକୁ ଭାରତୀୟ ଗଣତନ୍ତ୍ରର ମୁଖ୍ୟସ୍ରୋତରେ ସାମିଲ କରି ଦେଶରେ ମୁକ୍ତ, ସ୍ୱଚ୍ଛ, ନିରପେକ୍ଷ, ଅବାଧ ଓ ସମ୍ମିଳିତ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ରାଜ୍ୟର ପ୍ରତିଟି ଘରୁ ମତାଦାନ କରୁଥିବା ମତଦାତାଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଧଳ ପ୍ରକାଶ କରିଛନ୍ତିା

Comments are closed.