www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ୱାଧୀନରେ ଲଢିବେ ରାଧାମୋହନ, ନାମାଙ୍କନ ପାଇଁ ପିପିଲିରେ ଶକ୍ତି ପ୍ରଦର୍ଶନ

ପିପିଲି :ପିପିଲି ବିଧାନସଭା ଆସନରେ ସ୍ୱାଧିନ ଭାବେ ନିର୍ବାଚନ ଲଢିବେ ରାଧାମୋହନ। ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ଥିବା ଯୁବ ସମାଜସେବୀ ରାଧାମୋହନ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଗତ ୫ବର୍ଷ ଧରି ଏଠାରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରଖିଥିଲେ। ବିଜେପିରୁ ଟିକେଟ୍‌‌ ନପାଇବାରୁ ସେ ଦଳରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ତେବେ କଂଗ୍ରେସରୁ ଟିକେଟ୍‌‌ ନମିଳିବାରୁ ଶେଷରେ ସେ ଦଳରୁ ଇସ୍ତଫା ଦେବା ସହ ଶନିବାର ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଶନିବାର ସକାଳେ ହାଟଡେଲାଙ୍ଗ ମେଳଣ ପଡିଆ ଠାରୁ ରାଧାମୋହନ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବେରବୋଇ ଛକ, ରେଞ୍ଚ ବଜାର, ଅରିଶଲ ବଜାର, ବାଜପୋଇ ଛକ, ଦାନୋଗହିର ଛକ, ହସନପୁର ଛକ, ଜୟପୁର ଛକ ଦେଇ ପିପିଲି ପୌରାଞ୍ଚଳ ପରିକ୍ରମା କରିବା ପରେ ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର ଦେଇ ପୁରୀ ଯିବା ସହ ସେଠାରେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ।

୨ଶହରୁ ଉର୍ଦ୍ଧ ଚାରିଚକିଆ ଯାନ ଓ ୧ହଜାରରୁ ଉର୍ଦ୍ଧ ବାଇକ୍‌‌ ଶୋଭାଯାତ୍ରା ମଧ୍ୟରେ ଏକ ଖୋଲା ଜିପ୍‌‌ରେ ବରିଷ୍ଠ ନେତା ଦୁର୍ଗାଚରଣ ରାଉତରାୟ, ଶେଷଦେବ ବାରିକ, ପ୍ରମୋଦ କୁମାର ପାତ୍ର ପ୍ରମୁଖଙ୍କ ସହ ରାଧାମୋହନ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ମହିଳା, ପୁରୁଷ ସମର୍ଥକ ଓ ଶୁଭେଚ୍ଛୁମାନେ ତାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହ ବିଜୟ କାମନା କରିଥିଲେ। ଚଳିତ ନିର୍ବାଚନରେ ରାଧାମୋହନ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଏଠାକାର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories