www.samajalive.in
Saturday, December 13, 2025
21.1 C
Bhubaneswar

ଏନଏସଆଇସିର ପ୍ରଥମ ଓଡ଼ିଆ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦେଶକ ଭାବେ  ଡ. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟଙ୍କ ଦାୟିତ୍ବ ଗ୍ରହଣ 

ଭୁବନେଶ୍ୱର:  ଭାରତ ସରକାରଙ୍କର କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଅଧୀନସ୍ଥ ରାଷ୍ଟ୍ରୀୟ ଲଘୁ ଉଦ୍ୟୋଗ ନିଗମ (ଏନଏସଆଇସି )ର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦେଶକ ଭାବେ ଡ.ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ ଗୁରୁବାର ନିଗମର ନୂଆ ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ କାର୍ଯ୍ୟଭାର ଗ୍ରହଣ କରିବାରେ ଶ୍ରୀ ଆଚାର୍ଯ୍ୟ ପ୍ରଥମ ଓଡ଼ିଆ। ଏହା ପୂର୍ବରୁ ଶ୍ରୀ ଆଚାର୍ଯ୍ୟ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କରେ ମୁଖ୍ୟ ମହା ପ୍ରବନ୍ଧକ ଭାବେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଅଧିକ ଧରି ଏମଏସଏମଇ ଉଦ୍ୟୋଗ ବିତ୍ତ ପୋଷଣ, ଉନ୍ନୟନ, ମାଇକ୍ରୋ କ୍ରେଡିଟ, ଷ୍ଟାର୍ଟ ଅପ ଇନୋଭେସନ, ଏସଏମଇ ରେଟିଙ୍ଗ ଇତ୍ୟାଦିରେ ତାଙ୍କର ବିଶେଷ ଅନୁଭବ ରହିଛି।

ବଡ଼ଚଣା ଗ୍ରାମ ପଂଚାୟତ ନୂଆଶାସନ ଗ୍ରାମରେ ଜନ୍ମିତ ଡ. ଆଚାର୍ଯ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ, ଯାଦବପୁର ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ଏବଂ କିଟ ବିଶ୍ୱ ବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ବ୍ରିଟିଶ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ସେ ଚେଭେନିଙ୍ଗ ସ୍କୋଳାରସିପ ହାସଲ କରି ବ୍ରିଟେନର ବ୍ରାଡଫୋର୍ଡ ବିଶ୍ୱବିଦ୍ୟାଳୟରେ ସଷ୍ଟେନବଲ ଡେଭେଲପମେଣ୍ଟ ଅଧ୍ୟୟନ କରିଛନ୍ତି।

- Advertisement -

ଡ. ଆଚାର୍ଯ୍ୟ କଟକ ମହାନଦୀ ବିହାର ନିବାସୀ ବୈକୁଣ୍ଠ ନାଥ ଆଚାର୍ଯ୍ୟ ଓ କୁସୁମଲତା ଆଚାର୍ଯ୍ୟଙ୍କର ଜ୍ୟେଷ୍ଠ ପୁତ୍ର ଏବଂ ବାରିପଦା (ଅଧୁନା ଭୁବନେଶ୍ୱର ) ନିବାସୀ କିଶୋରୀ ଲାଲ ନନ୍ଦ ଓ ମୁକ୍ତିପ୍ରିୟା ନନ୍ଦଙ୍କର କନିଷ୍ଠ ଜାମାତା।  ଡ଼ଃ ଆଚାର୍ଯ୍ୟଙ୍କର ପତ୍ନୀ ଡ. ମନୀଷା ଆଚାର୍ଯ୍ୟ ବହୁ ରାଷ୍ଟ୍ରୀୟ ସଂସ୍ଥା ଇୱାଇରେ ପ୍ରକଳ୍ପ ନିର୍ଦେଶକ ଭାବେ ଷ୍ଟାର୍ଟ ଅପ ଓଡିଶାରେ କାର୍ଯ୍ୟରତ ଅଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories