BJD Bijuli 480×75 Mob

ଜୟନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

BJD Bijuli 480×75 Mob

ଭୁବନେଶ୍ବର: ପୁରୀ ସଂସଦୀୟ କ୍ଷେତ୍ର ପାଇଁ  କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ଆଜି ପୁରୀ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସ ପକ୍ଷରୁ ମନୋନୀତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  କଂଗ୍ରେସର ନୂଆ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ବୋଲି ଘୋଷଣା କରାଯାଇଛି। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ନୂଆ ପ୍ରାର୍ଥୀ କରିଛି କଂଗ୍ରେସ। ପୁରୀ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ବଦଳାଇବା ନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି।

ଆଜି କଂଗ୍ରେସ ଟିକେଟ ଫେରାଇ ଦେଇଥିଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ଏନେଇ ସେ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଇମେଲ ଯୋଗେ ଜଣାଇଥିଲେ। ଏଥିରେ ସେ ଦୁଇଟି କାରଣ ଦର୍ଶାଇଥିଲେ। ପୁରୀ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି ଏବଂ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ପାଣ୍ଠି ଯୋଗାଇ ଦିଆଯାଉନଥିବାରୁ ସେ ଟିକଟ ଫେରାଇଥିବା ଜଣାଇଥିଲେ। ବିନା ପାର୍ଟି ଫଣ୍ଡିଂରେ ପ୍ରଚାର ସମ୍ଭବ ନୁହେଁ ବୋଲି କହିଥିଲେ ସୁଚରିତା।

Comments are closed.