BJD Bijuli 480×75 Mob

କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ

BJD Bijuli 480×75 Mob

ମେଷ:ରବିବାର ଓ ସୋମବାର ପ୍ରତିଟି ପଦକ୍ଷେପରେ ସାବଧାନତା ଲୋଡ଼ା। ଜଗିରଖି ଚଳିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମ ଅନୁରୂପ ଫଳପ୍ରାପ୍ତ ହେବ। ଧର୍ମାଶ୍ରୟୀ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ସଫଳତା ମିଳିବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବଗଳାମୁଖୀ କବଚ ପାଠ କରନ୍ତୁ ଓ ଜଳଦାନ କରନ୍ତୁ।
ବୃଷ: ରବିବାର ଓ ସୋମବାର ମନନଶୀଳ ହେବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁସାରେ କାର୍ଯ୍ୟ କରିବେ। ବିଳମ୍ବରେ ସଫଳତା ପ୍ରାପ୍ତ ହେବ। ଶୁକବ୍ରାର ଓ ଶନିବାର ଯଶ, ମାନ, ଗୌରବପ୍ରାପ୍ତ ହେବେ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମାନୁରାଗୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ:ରବିବାର ଓ ସୋମବାର କର୍ମହେତୁକ ସମସ୍ୟା ଦୂରୀଭୂତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ର ବ୍ୟାପକ ହେବ। ନୂତନ କାର୍ଯ୍ୟ କରି ସଫଳତା ପ୍ରାପ୍ତ ହେ‌େ‌ବ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଜଗିରଖି ଚଳିବେ। ବାକ୍‌ ସଂଯମତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶାଷ୍ଟକ ପାଠ କରନ୍ତୁ ।
କର୍କଟ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟବାଦୀ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ ହେବ। ରୁଚିଶୀଳ ହେବେ। ବୁଧବାର ଓ ଗୁରୁବାର କର୍ମତତ୍ପର ରହିବେ। ଜିଜ୍ଞାସୁ ହେବେ। ଶୁକ୍ରବାର ଓ ଶନିବାର ପ୍ରାଚୀନଶାସ୍ତ୍ର ପଠନରେ ମନଯୋଗ ଦେବେ। ଆୟ ବୃଦ୍ଧିହେବ। ଭ୍ରମଣପ୍ରିୟ ହେବେ ା ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ​​‌େ​‌​‌ସ୍ତାତ୍ର ପାଠ କରନ୍ତୁ।
ସିଂହ: ରବିବାରଠାରୁ ସୋମବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଦୂରଦେଶକୁ ଯାତ୍ରା କରିବା ମନା। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ଆୟ ବୃଦ୍ଧି ଘଟିବ। ନୂତନ ନିଯୁକ୍ତି ମିଳିପାରେ। ଶୁକ୍ରବାର ଓ ଶନିବାର ଶତ୍ରୁରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗାୟତ୍ରୀ ମନ୍ତ୍ର ଜପନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାନୁରାଗୀ ହେବେ ା ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଶତ୍ରୁଠାରୁ ଦୂରରେ ରହିବା ଭଲ। ଶୁକ୍ରବାର ଓ ଶନିବାର ବନ୍ଧୁପ୍ରିୟ ହେବେ। ସଫଳତା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତ୍ରିପୁର ଭୈରବୀ କବଚ ପାଠ କରନ୍ତୁ।
ତୁଳା:ରବିବାର ଓ ସୋମବାର ବିବାଦରେ ବିଜୟୀ ହେବେ। ଶତ୍ରୁ ପରାସ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମ ଅନୁରୂପ ଫଳପ୍ରାପ୍ତ ​‌େ​ହବେ। ପ୍ରେମ ଲାଭ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ପାରିବାରିକ କଳହର ସମ୍ମୁଖୀନ ହେବେ। ସମ୍ମାନ ହରାଇପାରନ୍ତି। କର୍ମ ଅନୁଯାୟୀ ଫଳପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତିପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ କବଚ ପାଠ କରନ୍ତୁ।
ବିଛା:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ର ବ୍ୟାପକ ହେବ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ବୁଧବାର ଓ ଗୁରୁବାର କର୍ମ ଅନୁରୂପ ଫଳପ୍ରାପ୍ତ ହେବ। ବନ୍ଧୁ ସହଯୋଗ ଲାଭ କରିବେ। ଶୁକ୍ରବାର ଓ ଶନିବାର ଦାମ୍ପତ୍ୟରେ ସଫଳତା ଲାଭ ହେବ। ଆନନ୍ଦ ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବଗଳାମୁଖୀ କବଚପାଠ କରନ୍ତୁ।
ଧନୁ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଧୈର୍ଯ୍ୟ ରଖି କାର୍ଯ୍ୟ କରିବା ଉଚିତ। ବନ୍ଧୁ ସହଯୋଗ ଆଶା କରିବେ। ବିଳମ୍ବେ କାର୍ଯ୍ୟ ସିଦ୍ଧ ହେବ। ବୁଧବାର ଓ ଗୁରୁବାର କ୍ରିୟାଶୀଳ ହେବେ। ନୂତନ ବିଦ୍ୟାଲାଭ ହେବ। ଶୁକ୍ରବାର ଓ ଶନିବାର ଭାଗ୍ୟବାଦୀ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପ୍ରାପ୍ତ କରିବେ। ଦୂରଯାତ୍ରା କରିପାରନ୍ତି। ରିଷ୍ଟଖଣ୍ଡନ ପାଇଁ ଶ୍ରୀତାରା କବଚ ପାଠ କରନ୍ତୁ। ଜଳଦାନ କରନ୍ତୁ।
ମକର: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ ହେବ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମବନ୍ଧନର ଯୋଗପ୍ରାପ୍ତ ହେବ। ସାବଧାନତା ଲୋଡ଼ା, ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟ ସିଦ୍ଧ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀ ଅଷ୍ଟକ ପାଠ କରନ୍ତୁ।
କୁମ୍ଭ:ରବିବାର ଓ ସୋମବାର ଜଗିରଖି ଚଳିବେ। ଦୂରଯାତ୍ରା କରିବା ମନା। ପ୍ରତିଟି ପଦକ୍ଷେପରେ ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ବନ୍ଧୁ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର ମଧ୍ୟମ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକାଳୀକର୍ପୂର ସ୍ତୋତ୍ର ପାଠ କରନ୍ତୁ।
ମୀନ:ରବିବାର ଓ ସୋମବାର ସଫଳତା ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ପ୍ରତିକ୍ଷେତ୍ରରେ ସାବଧାନତା ଲୋଡ଼ା। ଭାବିଚିନ୍ତି କାର୍ଯ୍ୟ କରିବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ପ୍ରାପ୍ତ କରିବେ। କର୍ମ ଅନୁଯାୟୀ ଫଳପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

Comments are closed.