www.samajalive.in
Sunday, December 7, 2025
26.1 C
Bhubaneswar

ୟୁଟିଆଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଂଜ୍‌ ଫଣ୍ଡ୍‌ ଉନ୍ମୋଚିତ

ଭୁବନେଶ୍ୱର: ନିବେଶକମାନଙ୍କୁ ସଂପତି ଆବଟଂନ ସମାଧାନ ପ୍ରଦାନ କରିବା ଲକ୍ଷ୍ୟ ନେଇ ୟୁଟିଆଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ଚଳିତ ମାସ ୨୧ ତାରିଖରେ ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଂଜ୍‌ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଏକ ମଡେଲ୍‌ ଦ୍ୱାରା ପ୍ରେରିତ ସଂପତି ଆବଂଟନ ରଣନୀତି ଯାହା ଇକ୍ୱିଟି ଓ ଫିକ୍ସଡ୍‌ ଆୟ ଭିତରେ ସଂପତିକୁ ଚମକ୍ରାର ଢଙ୍ଗରେ ପରିଚାଳନା କରିବ । ଏହି ଫଣ୍ଡ୍‌କୁ ଇକ୍ୱିଟିରେ ଶ୍ରୀ ସଚ୍ଚିନ ତ୍ରିବେଦୀ ଓ ଫିକ୍ସଡ୍‌ ଆୟରେ ଶ୍ରୀ ଅନୁରାଗ ମିତଲ ପରିଚାଳନା କରିବେ ।

ଏ ସମ୍ପର୍କରେ ୟୁଟିଆଇ ଏଏମ୍‌ସିର ଇକ୍ୱିଟି ମୁଖ୍ୟ ଶ୍ରୀ ଅଜୟ ତ୍ୟାଗୀ କହିଛନ୍ତି ଯେ, “ନିବେଶକମାନେ ସାଧାରଣତଃ ମୂଲ୍ୟାୟନ ବଦଳରେ ଭାବାବେଗ ଆଧାରରେ ନିବେଶ ନିଷ୍ପତି ଗ୍ରହଣ କରିଥାନ୍ତି ଯାହା ଫଳରେ ରିଟର୍ଣ୍ଣ ସହ ସାଲିସ ହୋଇଥାଏ । ମୂଲ୍ୟାୟନ ଆଧାରରେ ପ୍ରସ୍ତୁତ ସଂପତି ଆବଂଟନ ରଣନୀତି ଓ ଇକ୍ୱିଟି ଓ ଫିକ୍ସଡ୍‌ ଆୟର ଚମକ୍ରାର ସନ୍ତୁଳନ ନିବେଶକମାନଙ୍କୁ ସେମାନଙ୍କ ମନସ୍ତାତ୍ୱିକ କଟକଣା ଅତିକ୍ରମ କରିବାରେ ସହାୟକ ହୋଇଥାଏ ।’’
ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଂଜ୍‌ ଫଣ୍ଡ୍‌ ହେଉଛି ଏକ ଓପନ୍‌ ଏଣ୍ଡେଡ୍‌ ଚମକ୍ରାର ସଂପତି ଆବଂଟନ ପାଣ୍ଠି । ଦୀର୍ଘମିଆଦୀ ଭିତିରେ ପୁଂଜି ଓ ଆୟ ବଢ଼ାଇବାକୁ ଚାହୁଥିବା ଏବଂ ଇକ୍ୱିଟି ଓ ଡେବଟ୍‌ର ଏକ ଚମକ୍ରାର ସନ୍ତୁଳିତ ପୋର୍ଟଫୋଲିଓ ଚାହୁଥିବା ନିବେଶକମାନେ ଏହି ଫଣ୍ଡ୍‌ରେ ନିବେଶ କରିପାରିବେ ।

- Advertisement -

ନିଜ ଉତ୍ପାଦ ଓ ବିତରଣରେ ଉନ୍ନତି ଆଣିବା ଲାଗି ଫଣ୍ଡ୍‌ ହାଉସ୍‌ଗୁଡ଼ିକ ସେମାନଙ୍କ ନିବେଶ ପରିଚାଳନା ବିଶେଷତା ଓ ପ୍ରଯୁକ୍ତିର ବ୍ୟବହାର କରିବାକୁ ଚାହାନ୍ତି । ଏକ ଟି୩୦ ସହର ଭାବେ ଭୁବନେଶ୍ୱରରେ ମୋଟ ଶିଳ୍ପର ପରିଚାଳନା ଅଧୀନ ସଂପତି ୨୦୨୩ ମେ’ ସୁଦ୍ଧା ୧୪,୩୬୫ କୋଟି ଟଙ୍କା ରହିଛି ।

ଗତ ପାଂଚ ବର୍ଷରେ ଭାରତୀୟ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଶିଳ୍ପ ଆକାରରେ ଦୁଇ ଗୁଣା ବୃଦ୍ଧି ପାଇଛି । ଶିଳ୍ପର ପରିଚାଳନା ଅଧୀନ ସଂପତି ୨୦୧୮ ଜୁନ୍‌ରେ ୮.୧୧ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୩ ଜୁନ୍‌ ସୁଦ୍ଧା ତାହା ୪୪.୩୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥନୀତିରେ ଅଭିବୃଦ୍ଧି, ବ୍ୟୟ କରିବା ପାଇଁ ଅଧିକ ପାଣ୍ଠି ଓ ପରିବାରର ବଳକା ପାଣ୍ଠିକୁ ନେଇ ନିବେଶ କରିବାର ସୁଯୋଗ ଆଦି ଯୋଗୁଁ ଭାରତର ମ୍ୟୁଚୁଆଲ୍‌ ଫଣ୍ଡ୍‌ ଅଭିବୃଦ୍ଧି ଧାରା ବଜାୟ ରହିଛି ।

ୟୁଟିଆଇ ଆସେଟ୍‌ ମ୍ୟାନେଜମେଂଟ୍‌ କଂପାନି ହେଉଛି ଭାରତୀୟ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଶିଳ୍ପର ଅଗ୍ରଗାମୀ ସଂସ୍ଥା ଯାହା ଛଅ ଦଶନ୍ଧି ଧରି ଦେଶର ପୁଂଜି ବଜାର ବିକାଶ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛି । ତ୍ରୈମାସିକ ହାରାହାରି ୨.୪୮ ଲକ୍ଷ କୋଟି ଟଙ୍କାର ଏୟୁଏମ୍‌ ହୋଇଥିବା ବେଳେ ଏହା ହେଉଛି ଦେଶର ଅଷ୍ଟମ ସର୍ବବୃହତ ମ୍ୟୁଚୁଆଲ୍‌ ଫଣ୍ଡ୍‌ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories