ବିଗୁଡୁଛି ସମ୍ବଲପୁର ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥା – ଡାକ୍ତରଖାନାରୁ ଫେରିବା ବେଳେ ଯୁବକଙ୍କୁ ଛୁରାମାଡ ଅଭିଯୋଗ

ସମ୍ବଲପୁର – ସମ୍ବଲପୁରରେ ପୁଲିସର ହୁଗୁଳା ବ୍ୟବସ୍ଥା ଯୋଗୁଁ କଥା କଥାକେ ଛୁରା ମାଡ, ଅପହରଣ, ଗୋଷ୍ଠୀ ସଂଘର୍ଷ ଆଦି ଅପରାଧିକ ଘଟଣା ଘଟିଚାଲିଛି । ଏଭଳି ଏକ ଘଟଣାରେ ମୁଦିପଡା ଆମ୍ବେଦକର ନଗର ନିବାସୀ ଆଶିଫ ଖାନ (୨୮) ନାମକ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଛି । ଆହତ ଯୁବକ କୌଣସି ଏକ କାମରେ ଜିଲା ମୁଖ୍ୟ ଚିକିତ୍ସାଳୟ ରୁ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଠେଲକୋପଡା ଠାରେ ସେହି ଅଞ୍ଚଳର ଜଣେ ଯୁବକ ତାଙ୍କୁ ଅଟକାଇଥିଲେ ।

prayash

ଯୁବକ ଜଣକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଆସିଫ ଙ୍କୁ ଏକ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଣୁ ସେ ଆହତ ହୋଇଛନ୍ତି । ଏ ନେଇ ଟାଉନ ଥାନାରେ ଅଭିଯୋଗ ହେବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିଛି । ଅପରପକ୍ଷରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବାର ପୁଲିସ ସୂତ୍ରରୁ ପ୍ରକାଶ ।

Comments are closed.