ନୂଆଦିଲ୍ଲୀ : ରାଫେଲ ବୁଝାମଣା ସମ୍ପର୍କରେ ନିରବତା ଭାଙ୍ଗିବା ଲାଗି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। କୋଟି କୋଟି ଡଲାର ମୂଲ୍ୟର ଏହି ବୁଝାମଣାକୁ ନେଇ ରାଜନୈତିକ ତୁମ୍ବିତୋଫାନ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ଏହା ଉପରେ ନିଜର ସ୍ପଷ୍ଟୀକରଣ ଦେଇ ବିବାଦର ଅନ୍ତ ଘଟାନ୍ତୁ ବୋଲି ଶତ୍ରୁଘ୍ନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେ ବୁଝାମଣା ବାବଦରେ ଯାହା କହିଛନ୍ତି ତାକୁ ମୋଦୀ ଭୁଲ୍ ସାବ୍ୟସ୍ତ କରନ୍ତୁ। ଅନ୍ୟଥା ଲୋକେ ଓଲାନ୍ଦେଙ୍କ କଥାକୁ ସତ ବୋଲି ବିଶ୍ୱାସ କରିବେ। କାରଣ ବୁଝାମଣା ସମୟରେ ଓଲାନ୍ଦେଙ୍କ ସହ ମୋଦୀ ଉପସ୍ଥିତ ଥିଲେ। ସପ୍ତାହେ ମଧ୍ୟରେ ଶତ୍ରୁଘ୍ନ ଦ୍ୱିତୀୟ ଥର ପାଇଁ ମୋଦୀଙ୍କୁ ନିରବତା ଭାଙ୍ଗିବା ଲାଗି କହିଛନ୍ତି।
Popular Categories



