www.samajalive.in
Sunday, December 7, 2025
26.1 C
Bhubaneswar

ବିଜୟ ହଜାରେ ଟ୍ରଫି: ଓଡ଼ିଶା ଦଳରେ ପ୍ରୟାସ ଓ ରଣଜିତ ସାମିଲ

କଟକ : ନୂଆଦିଲ୍ଲୀରେ ଏବେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ଓଡ଼ିଶା ସିନିୟର କ୍ରିକେଟ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି। ଯୁବ ବ୍ୟାଟ୍‍ସମ୍ୟାନ୍‍ ରଘୁନାଥ ମଲ୍ଲଙ୍କ ସ୍ଥାନରେ ରାଉରକେଲାର ବ୍ୟାଟ୍‍ସମ୍ୟାନ ରଣଜିତ ସିଂହଙ୍କୁ ଏବଂ ଯୁବ ପେସ୍‍ ବୋଲର ପ୍ରୀତ୍‍ କନ୍‍ୱର ସିଂହ ଚୌହାନଙ୍କ ସ୍ଥାନରେ ଅଲ୍‍ରାଉଣ୍ଡର ପ୍ରୟାସ ସିଂହ ଠାକୁରଙ୍କୁ ସାମିଲ କରାଯାଇଛି। ରଘୁନାଥ ମଲ୍ଲ ଆଦୌ ମ୍ୟାଚ୍‍ ଖେଳିନଥିବା ବେଳେ ପ୍ରୀତ ସିଂହ ଚୌହାନ ୨ଟି ମ୍ୟାଚ୍‍ ଖେଳିଥିଲେ। ଭାରତୀୟ ୧୯ ବର୍ଷରୁ କମ୍‍ ଦଳରେ ସ୍ଥାନ ପାଇଥିବା ପେସ୍‍ ବୋଲର ରାଜେଶ ମହାନ୍ତିଙ୍କ ସ୍ଥାନରେ ପୂର୍ବରୁ ବାମହାତି ସ୍ପିନର କୃଷ୍ଣ ପଲାଇଙ୍କୁ ସାମିଲ କରା ଯାଇଥିଲା। ଓଡ଼ିଶା ଦଳ ପ୍ରଥମ ମ୍ୟାଚ୍‍ରେ ଆନ୍ଧ୍ରପ୍ରଦେଶଠାରୁ ଏବଂ ୨ୟ ମ୍ୟାଚ୍‍ରେ କେରଳଠାରୁ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି। ବର୍ଷା ଯୋଗୁଁ ଉତ୍ତର ପ୍ରଦେଶ ବିପକ୍ଷରେ ଓଡ଼ିଶାର ମ୍ୟାଚ୍‍ ବାତିଲ ହୋଇଯାଇଛି। ଫଳରେ ୩ଟି ମ୍ୟାଚ୍‍ ପରେ ୨ ପଏଣ୍ଟ ସହ ଓଡ଼ିଶା ୯ଟି ଦଳଙ୍କ ମଧ୍ୟରେ ୮ମ ସ୍ଥାନରେ ରହିଛି। ବୁଧବାର ଘରୋଇ ଦିଲ୍ଲୀ ବିପକ୍ଷରେ ଓଡ଼ିଶା ୪ର୍ଥ ମ୍ୟାଚ୍‍ ଖେଳିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories