www.samajalive.in
Sunday, December 7, 2025
18.1 C
Bhubaneswar

ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଗୋଡାଇ କାଠ ଫାଳିଆରେ ଆକ୍ରମଣ ଘଟଣା – ୩ ଅଭିଯୁକ୍ତ ଗିରଫ

ପିପିଲି:ପଞ୍ଚାୟତ ନିର୍ବାଚନ ଭୋଟ୍‍ ପ୍ରଚାର ବେଳେ ପିପିଲି ବ୍ଳକର ୨୪ନଂ ଜିଲା ପରିଷଦ ଜୋନ୍‍ରେ ଗତ ୧୪ ତାରିଖରେ ଘଟିଥିବା ରାଜନୈତିକ ହିଂସା ଘଟଣାରେ ପିପିଲି ପୁଲିସ ଉଭୟ ରାଜନୈତିକ ଗୋଷ୍ଠିର ୩ଜଣଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ବୁଧବାର ପିପିଲି କୋର୍ଟକୁ ଚାଲାଣ କରିଥିବା ବେଳେ ପରେ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସହଜପୁର ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧିପଡା ଗ୍ରାମର ବିପିନ ବେହେରା (୩୬), ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମର ବିଭୁରଂଜନ ସ୍ୱାଇଁ (୩୦) ଓ ପ୍ରତାପ କୁମାର ପରିଡା (୨୪) । ଏହି ନିର୍ବାଚନୀ ହିଂସା ଘଟଣାରେ ପିପିଲି ଥାନାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ସଂପର୍କରେ ତଦନ୍ତକାରୀ ଅଧିକାରୀ ତଥା ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଭୂୟାଁ ସୂଚନା ଦେଇଛନ୍ତି ।

ଏଠାରେ ସୂଚନା ଥାଉକି, ଗତ ସୋମବାର ସଂନ୍ଧ୍ୟାରେ ପୋଟଳ ଗ୍ରାମରେ ଭୋଟ୍‍ ପ୍ରଚାର କରୁଥିବା ବେଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କୁ ବିପକ୍ଷ ଗୋଷ୍ଠିର କେତେକ ଯୁବକ ଗୋଡାଇ ଗୋଡାଇ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ସେଠାକୁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ବିଜୟ କୁମାର ମହାପାତ୍ରଙ୍କୁ ମଧ୍ୟ ଆକ୍ରମଣକାରୀ ମାନେ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏଥିରେ ବିଜୟଙ୍କ ବାମ ହାତ ଜଖମ ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ଅନୁରୂପ ଭାବେ ସେହିଦିନ ସହଜପୁର ପଞ୍ଚାୟତରେ ଭୋଟ୍‍ ପ୍ରଚାର ସମୟରେ ଉଭୟ ରାଜନୈତିକ ଗୋଷ୍ଠି ମଧ୍ୟରେ ମାର୍‍ପିଟ୍‍ ଓ ବାଇକ୍‍ ଭଙ୍ଗାରୁଜା ଆଦି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏଥିରେ ଜନୈକ ବିଜେପି ସମର୍ଥକ ବିକ୍ରମଙ୍କ ମୁଣ୍ଡ ଫାଟିଥିଲା । ଉଭୟ ଗୋଷ୍ଠିର ଅଭିଯୋଗ ଆଧାରରେ ପିପିଲି ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଛି ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories