www.samajalive.in
Saturday, December 6, 2025
19.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-ମତଗଣନାରେ ଅଧିକାଂଶ ସ୍ଥାନରେ ବିଜେଡ଼ି ଆଗୁଆ,୩୧୫ରୁ ୨୬୮ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି

ଭୁବନେଶ୍ୱର – ରାଜ୍ୟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚରେ ପ୍ରଥମ ଦିନର ଭୋଟ୍‌ ଗଣତି ଜାରି ରହିଛି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଗଣନା କରାଯାଉଛି । ଅପରାହ୍ନ ୪ ଟା ସୁଦ୍ଧା ବିଜେଡି ୨୬୮ଟି ଆସନରେ ଆଗୁଆ ରହିଛି । ବିଜେପି ୨୫ଟି ଆସନରେ ଆଗୁଥିବା ବେଳେ କଂଗ୍ରେସ ୧୬ଟି ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛି । ସ୍ୱାଧୀନ ଏବଂ ଅନ୍ୟ ପ୍ରାର୍ଥୀ ୬ଟି ଆସନରେ ଆଗୁଆ ରହିଛନ୍ତି। ସନ୍ଧ୍ୟା ସୁଦ୍ଧା ଏହି ସମସ୍ତ ଆସନ ପାଇଁ ଫଳାଫଳ ଜଣା ପଡିବାର ସମ୍ଭାବନା ରହିଛି ।

କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ଼, ପୁରୀ , ସୋନପୁର , ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡାରେ ବିଜେଡି ଆଗୁଆ ରହିଛି । ବିଭନ୍ନ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ନୈରାଶଜନକ ରହିଛି । ଅନେକ ଜିଲ୍ଲାରେ ବିଜେପି ପ୍ରାର୍ଥୀ କୌଣସି ଜୋନ୍‌ରୁ ଆଗୁଆ ରହି ନାହାନ୍ତି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼,ନୂଆପଡା, ପୁରୀ, ରାୟଗଡା ,ସୋନପୁର ,ଭଦ୍ରକ, ,ଦେବଗଡ଼, ଗଜପତି, ଝାରସୁଗୁଡା ଜିଲ୍ଲାମାନଙ୍କରେ ବିଜେପି ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଆସନରୁ ଆଗୁଆ ନଥିବା ସୂଚନା ମିଳିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories