ପ୍ରସ୍ତୁତ କରନ୍ତୁୂ ମେଥି ପଲୋଉ

ଆବଶ୍ୟକ ସାମଗ୍ରୀ
୧ କପ୍ ଚାଉଳ
୧ କପ୍ ମେଥି ଶାଗ ବଟା
୨ କପ ପିଆଜ
୧ ଚାମଚ ଅଦା-ରସୁଣ ବଟା
୧ ଚାମଚ ସୋରିଷ
୩ ଚାମଚ ଗରମ ମସଲା
ଲଙ୍କା ଗୁଣ୍ଡ ୧ ଚାମଚ
ବଡ ଅଳେଇଚ – ୧ଟି
କଞ୍ଚା ଲଙ୍କା – ୨ଟି
ତେଜପତ୍ର – ୧ଟି
ଆବଶ୍ୟକ ଅନୁଯାୟୀ ତେଲ
ସ୍ୱାଦ ଅନୁସାରେ ଲୁଣ
ଆବଶ୍ୟକ ଅନୁଯାୟୀ ଜଳ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚାଉଳକୁ ୩୦ ମିନିଟ ବତୁରାଇ ଦିଅନ୍ତୁ। ଗ୍ୟାସରେ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ସୋରିଷ, ଅଳେଇଚ, ଗୁଜୁରାତି, ଲବଙ୍ଗ ଓ ତେଜପତ୍ର ପକାନ୍ତୁ। ଏବେ ଏଥିରେ ପିଆଜ, କଞ୍ଚା ଲଙ୍କା, ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ମେଥି ବଟା ପକାଇ ୫ ମିନିଟ ରଖନ୍ତୁ। ଏହାପରେ ଲଙ୍କା ଗୁଣ୍ଡ,ଗରମ ମସଲା, ଲୁଣ ପକାନ୍ତୁ। ଏଥିରେ ରଖିଥିବା ଚାଉଳକୁ ପକାଇ ୧ ରୁ ୨କପ ପାଣି ଦିଅନ୍ତୁ। ଏହାକୁ କୁକରରେ ମଧ୍ୟ ପ୍ରସ୍ତୁତ କରିପାରିବେ। ପ୍ରସ୍ତୁତ ସମୟରେ ଡଙ୍କିରେ ୨ ଥର ଗୋଳାନ୍ତୁ। କିଛି ସମୟ ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମେଥି ପଲୋଉ।

kalyan agarbati

Comments are closed.