www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଥମ ଦିନ ଗଣିତ: ସନ୍ଧ୍ୟା ସୁଦ୍ଧା ଅଧିକାଂଶ ସ୍ଥାନରେ ବିଜେଡି ଆଗରେ

ଭୁବନେଶ୍ୱର – ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନର ମତଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନର ଗଣତିରେ ଅଧିକାଂଶ ସ୍ଥାନରେ ବିଜେଡିର ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛନ୍ତି । ସନ୍ଧ୍ୟା ୭ଟା ବେଳେ ରିପୋର୍ଟ ଲେଖା ହେବା ବେଳକୁ ବିଜିଡିର ପ୍ରାର୍ଥୀମାନେ ୨୭୭ଟି ଆସନରେ ଆଗରେ ଥିବା ବେଳେ ବିଜେପିର ୧୯ଟି ଏବଂ କଂଗ୍ରେସର ୧୪ଟି ଆସନରେ ପ୍ରାର୍ଥୀମାନେ ଆଗୁଆ ରହିଥିଲେ । ସ୍ୱାଧୀନ ଏବଂ ଅନ୍ୟପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଥିଲେ ।

ରାଜ୍ୟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚରେ ପ୍ରଥମ ଦିନର ଭୋଟ୍‌ ଗଣତି ଜାରି ରହିଛି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଗଣନା କରାଯାଉଛି

- Advertisement -

କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ଼, ପୁରୀ , ସୋନପୁର , ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡାରେ ବିଜେଡି ଆଗୁଆ ରହିଛି । ବିଭନ୍ନ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ନୈରାଶଜନକ ରହିଛି । ଅନେକ ଜିଲ୍ଲାରେ ବିଜେପି ପ୍ରାର୍ଥୀ କୌଣସି ଜୋନ୍‌ରୁ ଆଗୁଆ ରହି ନାହାନ୍ତି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼,ନୂଆପଡା, ପୁରୀ, ରାୟଗଡା ,ସୋନପୁର ,ଭଦ୍ରକ, ,ଦେବଗଡ଼, ଗଜପତି, ଝାରସୁଗୁଡା ଜିଲ୍ଲାମାନଙ୍କରେ ବିଜେପି ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଆସନରୁ ଆଗୁଆ ନଥିବା ସୂଚନା ମିଳିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories