www.samajalive.in
Monday, December 8, 2025
24.1 C
Bhubaneswar

ପିପିଲି : ୨୨ନଂ ଜୋନରେ ବିଜେଡି ଆଗୁଆ

ପିପିଲି : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପିପିଲି ବ୍ଲକର ୨୨ନଂ ଜିଲା ପରିଷଦ ଜୋନ୍‍ର ଭୋଟ୍‍ ଗଣତି ପିପିଲି ବ୍ଲକ ପରିସରରେ ଶନିବାର କଡା ସୁରକ୍ଷା ମଧ୍ୟରେ ଚାଲିଛି । ଏଥିପାଇଁ ଭୋଟ୍‍ ଗଣତି କକ୍ଷରେ ଏହି ଜୋନ୍‍ର ୯ଟି ପଞ୍ଚାୟତ ନିମନ୍ତେ ୯ଟି ଟେବୁଲରେ ପୃଥକ ପୃଥକ ଭାବେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ଆସନର ଭୋଟ୍‍ ଗଣତି ପ୍ରକ୍ରିୟା ଜାରି ରହିଛି। ଷ୍ଟ୍ରଙ୍ଗରୁମ୍‍ ଓ ଭୋଟଗଣତି କକ୍ଷ ବାହାରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

୨୨ନଂ ଜିଲା ପରିଷଦ ଜୋନ୍‍ ଅନ୍ତର୍ଗତ ଓରକଳ, କଣ୍ଟି, ଗୋବିନ୍ଦପୁର, ପମସରା, ପାଣିଦୋଳ, ପୂବା ଶାସନ, ପୋପରଙ୍ଗା,ଭାରତୀପୁର ଓ ଲକ୍ଷ୍ମୀନାରାୟଣପୁର ଆଦି ୯ଟି ପଞ୍ଚାୟତର ଭୋଟ୍‍ ଗଣତି ଚାଲିଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା ଏହି ଜୋନରେ ବିଜେଡିର ଜିଲା ପରିଷଦ ପ୍ରାର୍ଥୀନୀ ସୁଶ୍ରୀ ସଙ୍ଗୀତା ବେହେରା ନିଜର ନିକଟତମ ବିଜେପି ପ୍ରାର୍ଥୀନୀଙ୍କ ଠାରୁ ୩ହଜାରରୁ ଅଧିକ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି । ଭୋଟ୍‍ ଗଣତି ସରିବାକୁ ବିଳମ୍ବିତ ରାତି ହେବାର ଅନୁମାନ କରାଯାଉଛି । ପିପିଲି ବ୍ଳକର ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ତହସିଲଦାର ସପନ କୁମାର ନନ୍ଦ, ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଆସନ୍ତା କାଲି ରବିବାର ୨୭ ତାରିଖରେ ୨୩ନଂ ଜିଲା ପରିଷଦ ଜୋନ୍‍ର ୮ଟି ପଞ୍ଚାୟତ ଓ ୨୮ ତାରିଖରେ ୨୪ନଂ ଜିଲା ପରିଷଦ ଜୋନ୍‍ର ୮ଟି ପଞ୍ଚାୟତର ଭୋଟ ଗଣତି କରାଯିବ।

- Advertisement -

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories