www.samajalive.in
Tuesday, December 9, 2025
26.1 C
Bhubaneswar

କାଜଲ କିଣିବା ବେଳେ ଏହି ସତର୍କତା ଅବଲମ୍ବନ କରନ୍ତୁ

କାଜଲ ଆଖିର ସୁନ୍ଦରତା ବଢାଇଥାଏ। କାଜଲକୁ କେବଳ ମେକଅପ ସହ ନ ଲଗାଇ ମଧ୍ୟ ଆଖିରେ ସେମିତି ଲଗାଇ ପାରିବା। ଏହା ଲଗାଇବା ଦ୍ୱାରା ଆଖିର ସୁନ୍ଦରତା ଅନେକ ମାତ୍ରାରେ ବଢିଯାଇଥାଏ। ବର୍ତ୍ତମାନ ବଜାରରେ କଳା ରଙ୍ଗ ନୁହେଁ ବରଂ ଅନେକ ଭିନ୍ନ ଭିନ୍ନ ରଙ୍ଗର କାଜଲ ଉପଲବ୍ଧ। ବଜାରରେ ମିଳୁଥିବା ଅନେକ କମ୍ପାନୀର କାଜଲ ମଧ୍ୟରୁ ସର୍ବଦା ଭଲ ଦେଖି କିଣିବା ଉଚିତ। ଖରାପ କାଜଲ ଲଗାଇବା ଦ୍ୱାରା ଆଖି ଉପରେ ତାର କୁପ୍ରଭାବ ପଡିଥାଏ। କାଜଲ କିଣିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ ..

ଶସ୍ତା କାଜଲ:
କାଜଲ ଆଖିର ସବୁଠାରୁ ପାଖରେ ଲଗାଇଥାଉ। ଏମିତିରେ କେବେ ବି ଶସ୍ତା କାଜଲ କିଣନ୍ତୁ ନାହିଁ। ସବୁବେଳେ ଭଲ କମ୍ପାନୀର କାଜଲ ବ୍ୟବହାର କରନ୍ତୁ। ଶସ୍ତା କାଜଲ ଲଗାଇବା ଦ୍ୱାରା ଆଖିର କ୍ଷତି ହୋଇଥାଏ।କାଜଲ କିଣିବା ବେଳେ ଧ୍ୟାନ ଦିଅନ୍ତୁ:
କାଜଲର ପେନସିଲ କିଣିବା ବେଳେ ସର୍ବଦା ମୋଟା ଓ ପତଳା ଦେଖି କିଣନ୍ତୁ। ଆପଣ ଉପରେ କେଉଁ କାଜଲ ମାନିବ ତାହା ପରଖି କିଣନ୍ତୁ। ମୋଟା ପେନସିଲ କାଜଲ ଲଗାଇବା ସହଜ କିନ୍ତୁ ଏହା ଲଗାଇବା ପରେ ତାହା ଆଖି ଚାରିପଟେ ବ୍ୟାପିଯାଇଥାଏ। ସେହିପରି ପତଳା ପେନସିଲ କାଜଲ ଲଗାଇବାକୁ କିଛି ସମୟ ଲାଗିଥାଏ।ଲିକ୍ୱିଡ୍‍ କାଜଲ:
ବଜାରରେ ଅନେକ ଲିକ୍ୱିଡ୍‍ କାଜଲ ମିଳୁଥିବାର ଆମେ ଦେଖିଛୁ। ଏହାକୁ ଲଗାଇବା ବେଳେ ପ୍ରଥମେ ତାର ବ୍ରଶ, ତାହାର ମାନ ପରୀକ୍ଷଣ ଓ କାଜଲ ଠିକ ଅଛି କି ନାହିଁ ସର୍ବଦା ପରୀକ୍ଷା କରି କିଣିବା ଉଚିତ। ଆପଣଙ୍କ ଆଖିକୁ ମାନିବା ପରି କାଜଲ କିଣନ୍ତୁ।ଏପରି କାଜଲ ଲଗାନ୍ତୁ ନାହିଁ:
କାଜଲ ଲଗାଇବା ପରେ ଯଦି ଆଖି କୁଣ୍ଡାଇ ହୁଏ କିମ୍ବା ପୋଡେ ତେବେ ସଙ୍ଗେ ସଙ୍ଗେ ଧୋଇ ଦିଅନ୍ତୁ। ଯଦି ପାଣିରେ ଆଖି ଧୋଇବା ପରେ ମଧ୍ୟ ଅସୁବିଧା ହୋଇଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ଯାଆନ୍ତୁ। ସେହି କାଜଲ ଆଉ ବ୍ୟବହାର କରନ୍ତୁ ନାହିଁ।
କାଜଲ କିଣିବା ବେଳେ ସର୍ବଦା ବ୍ୟବହାର କରିବାର ଶେଷ ତାରିଖ ଦେଖି କିଣନ୍ତୁ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories