ଦିନ ୧୧ଟା – ମୁଖ୍ୟ ଖବର

ଆରମ୍ଭ ହେଲା ଜଗା ଦର୍ଶନ, ସର୍ବସାଧାରଣଙ୍କ ଦର୍ଶନ ଲାଗି ଖେଲିଲା ପୁରୀ ଶ୍ରୀମନ୍ଦିର

କରୋନା କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ଖୋଲିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର

କଟକଣା ମଧ୍ୟରେ ଆଜିଠାରୁ ଭୁବନେଶ୍ବରରେ ଖୋଲୁଛି ସମସ୍ତ ଧର୍ମାନୁଷ୍ଠାନ

ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା, ୭ ଦିନ ଧରି ଚାଲିବ ଏହି ପକ୍ଷୀ ଗଣନା

ରାଜ୍ୟରେ ୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍‍ ୧୦୧ ଜଣ

ସଂଗରୋଧରୁ ୪୪୩ ଓ ସ୍ଥାନୀୟ ସଂକ୍ରମିତ ୩୧୮

ଅନୁଗୁଳ ଜିଲାରୁ ୧୬, ବାଲେଶ୍ୱର ୫୨, ବରଗଡ ୧୮, ଭଦ୍ରକ ୮ ଓ ବଲାଙ୍ଗିରରୁ ୨ ଜଣ ଚିହ୍ନଟ

ବଉଦ ୧, କଟକ ୧୧୭, ଦେବଗଡ ୧୨, ଢେଙ୍କାନାଳ ୧୨, ଗଜପତି ୨, ଗଞ୍ଜାମ ୩ ଓ ଜଗତସିଂହପୁରରୁ ୧୮ ଚିହ୍ନଟ

ଯାଜପୁରରୁ ୩୫, ଝାରସୁଗୁଡା ୧, କେନ୍ଦ୍ରାପଡା ୧୫, କେନ୍ଦୁଝର ୫, ଖୋର୍ଦ୍ଧାରୁ ୧୮୯ ଚିହ୍ନଟ

ମାଲକାନଗିରି ୨, ମୟୁରଭଞ୍ଜ ୨୪, ନବରଙ୍ଗପୁର ୧, ନୟାଗଡ ୧୨, ପୁରୀ ୧୩, ରାୟଗଡାରୁ ୨୫ ଜଣ ଚିହ୍ନଟ

ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ୮୯୧୭ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି

prayash

କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ଢେଙ୍କାନାଳରେ ୯, ଖୋର୍ଦ୍ଧାରେ ୮ ଓ ଯାଜପୁରରେ ୬ ଜଣଙ୍କର ମୃତ୍ୟୁ

କେନ୍ଦ୍ରାପଡା ଜିଲାରେ ୪, ବାଲେଶ୍ୱରରେ ୩ ଓ ପୁରୀରେ ୨ ଜଣଙ୍କର ମୃତ୍ୟୁ

ଦିନକ ମଧ୍ୟରେ ଭଦ୍ରକ, ଝାରସୁଗୁଡା, କେନ୍ଦୁଝର ଓ ରାୟଗଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ରାଜ୍ୟରେ କରୋନା ଜନିତ ମୃତ୍ୟୁ ୭୪୨୬କୁ ବୃଦ୍ଧି

ଜାତିଭିତ୍ତିକ ଜନଗଣନା ଦାବି: ନିତିଶ କୁମାରଙ୍କ ନେତୃତ୍ୱାଧୀନ ୧୦ ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ

ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଆଫଗାନିସ୍ତାନରୁ ଫେରିବା ନେଇ ବାଇଡେନ ଆଶାବାଦୀ

ଯନ୍ତ୍ରଣା ଓ କ୍ଷତି ବିନା ଆଫଗାନିସ୍ତାନରୁ ନାଗରିକଙ୍କୁ ସ୍ଥାନାନ୍ତରଣ ସମ୍ଭବ ନୁହେଁ

ଆଫଗାନ ଶରଣାର୍ଥୀଙ୍କ ପାଇଁ ଆମେରିକା ସେମାନଙ୍କର ନୂଆ ଘର ହେବ

ଶତାଧିକ ତାଲିବାନି ପଞ୍ଜଶିର ମୁହାଁ; କଡା ଜବାବ ଦେବାକୁ ପ୍ରସ୍ତୁତ ଅହମଦ ମାସୁଦ

ପାରା ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବ : ଭାରତର ୫ ଖେଳାଳି, ୬ ଅଧିକାରୀ

ଆସନ୍ତାକାଲିଠାରୁ ଟୋକିଓ ପାରାଲିମ୍ପିକ୍‌ସ

ଫୁଟବଲ ଅଲିମ୍ପିଆନ ହକିମ୍‌ଙ୍କ ଦେହାନ୍ତ

ପାକିସ୍ତାନରେ ପଶିଲେ ତାଲିବାନ ; ଇସଲାମାବାଦରେ ଉଡ଼ାଇଲେ ସଂଗଠନ ପତାକା

Comments are closed.