www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ବାତ୍ୟା ଜୱାଦ; ପୁରୀ ସମେତ ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ଜାରି

ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା; ଆଜି ଅମାବାସୀ ଯୋଗୁଁ ସମୁଦ୍ର ଅଧିକ ଜୁଆରିଆ
ଗତ ୬ ଘଣ୍ଟା ଧରି ଏହାର ବେଗ ୪ କିଲୋମିଟର ରହିଛି

- Advertisement -

ପୂର୍ବରୁ ଏହାର ବେଗ ଘଣ୍ଟା ପ୍ରତି ୬ କିଲୋମିଟର ରହିଥିଲା

ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ଓ ପୁରୀରେ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି
ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫ ବାହିନୀ ସଜାଗ

ପ୍ରାୟ ୨୫୦ଟି ଏହିସବୁ ଦଳକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇସାରିଛି

ବାତ୍ୟାର ପ୍ରଭାବ ସହିତ ଆଜି ଅମାବାସ୍ୟା ତିଥି ରହିଥିବାରୁ ପୁରୀ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଛି
ବାତ୍ୟା ଜୱାଦ ପୁରୀ ଠାରୁ ୪୬୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ୨୫୦ କିଲୋମିଟର ଦୂରରେ ରହିଛି

ଗୋପାଳପୁରଠାରୁ ଏହା ୩୬୦ କିଲୋମିଟର ଦୂରରେ ରହିଥିବା ଜଣାଯାଇଛି

ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଏହା ପୁରୀ ଛୁଇଁବା ଆକଳନ କରିଛି ପାଣିପାଗ

ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଘଣ୍ଟାକୁ ସର୍ବାଧିକ ୯୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି

ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ବାତ୍ୟାର ପ୍ରଭାବ କ୍ରମଶଃ ହ୍ରାସପାଇ ଏହା ଗଭୀର ଅବପାତରେ ପରିଣତ ହେବ

ପବନର ବେଗ ହ୍ରାସ ପାଇଲେ ମଧ୍ୟ ବର୍ଷା ହେବ

ରାଜ୍ୟରେ ୧୯୩ ନୂଆ କରୋନା ଆକ୍ରାନ୍ତ

ସଂଗରୋଧରୁ ୧୧୪ ଓ ସ୍ଥାନୀୟ ସଂକ୍ରମିତ ୭୯ ଜଣ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୨୩ ଜଣ

ବାଲେଶ୍ୱର ୧, ବରଗଡ ୨, ଭଦ୍ରକ ୪, ବଲାଙ୍ଗିର ୧, କଟକ ୧୨, ଢେଙ୍କାନାଳ ୨, ଗଞ୍ଜାମ ୬, ଜଗତସିଂହପୁର ୨, ଯାଜପୁରେ ୧୪ ଜଣ ଚିହ୍ନଟ

ଝାରସୁଗୁଡା ୪, କନ୍ଧମାଳ ୪, କେନ୍ଦ୍ରାପଡା ୪, କେନ୍ଦୁଝର ୨, ଖୋର୍ଦ୍ଧା ୮୮ ଓ ମୟୁରଭଞ୍ଜରେ ୧୧ ଚିହ୍ନଟ ହୋଇଛନ୍ତି

ନୟାଗଡ ୧, ପୁରୀ ୩, ସମ୍ବଲପୁର ୭, ସୁନ୍ଦରଗଡ ୩ ଏବଂ ଷ୍ଟେଟପୁଲରୁ ୨୦ ଜଣଙ୍କୁ ଚିହ୍ନଟ କରାଯାଇଛି
ଦିନକ ମଧ୍ୟରେ ୨୩୩ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୩୮୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି

ବାତ୍ୟା ଆଶଙ୍କାରେ ୧୯ ଜିଲାରେ ବିଦ୍ୟାଳୟ ବନ୍ଦ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଜରୁରୀ ବୈଠକ। ବାତ୍ୟା ସମୟରେ ଜାରି ରହିବ ମହାପ୍ରଭୁଙ୍କ ସେବାପୂଜା। ମନ୍ଦିର ସୁରକ୍ଷା ପାଇଁ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ବିଭାଗକୁ ପରାମର୍ଶ

ଦେଶରେ ଦିନକରେ ଚିହ୍ନଟ ହେଲେ ୮୬୦୩ ନୂଆ ଆକ୍ରାନ୍ତ; ୪୧୫ ମୃତ

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭୦୫୩୦କୁ ବୃଦ୍ଧି

ଏହି ସମୟ ମଧ୍ୟରେ କରୋନାରୁ ୮୧୯୦ ଜଣ ସୁସ୍ଥ ହୋଇଛନ୍ତି

କରୋନାରୁ ଆରୋଗ୍ୟଲାଭ କରିଥିବା ଲୋକଙ୍କ ସଂଖ୍ୟା ୩,୪୦,୫୩,୮୫୬କୁ ବୃଦ୍ଧିପାଇଛି

ଆରୋଗ୍ୟ ହାର ୯୮.୩୫%

ଦୈନିକ ସଂକ୍ରମଣ ୦.୬୯% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୮୧%

ଦେଶରେ ୧୨୬.୫୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories