www.samajalive.in
Saturday, December 6, 2025
26.1 C
Bhubaneswar

ବିଭାଗୀୟ ଅଧିକାରୀଙ୍କ ଉପସ୍ତିତିରେ ପଣ୍ଡିଗାଁ ଓ ବଙ୍କାପଲା ଧାନ ମଣ୍ଡି ଉଦ୍ଘାଟିତ

କଲମପୁର : ଶୁକ୍ରବାର କଲମପୁର କୃଷି ସମବାୟ ସମିତି ଅଧିନସ୍ଥ ପଣ୍ଡିଗାଁ ଓ ବଙ୍କାପଲା ଧାନ ମଣ୍ଡି ଉଦ୍ଘାଟିତ ହେଇଯାଇଛି। ଉଭୟ ମଣ୍ଡି ଉଦଘାଟନ ସମୟରେ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା ସହକାରୀ ସମବାୟ ସମିତି ଉପନିବନ୍ଧକ ଭିକାରୀ ଚରଣ ସେଠ ଓ ଧର୍ମଗଡ ଉପଖଣ୍ଡ ସମବାୟ ସହକାରୀ ନିବନ୍ଧକ ଙ୍କ ସମେତ କଲମପୁର କୃଷି ସମବାୟ ସମିତି ସମ୍ପାଦକ ତ୍ରିଭୁବନ ପ୍ରଧାନୀ,ନଗେନ୍ଦ୍ର କୁମାର ନେଗୀ, ମଣ୍ଡୁ ବାଗ, ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟୀର କର୍ମଚାରୀ ମଧୁ ସୁଦନ ପାତ୍ର, ଗୌର ଚନ୍ଦ୍ର ବାଗ ଙ୍କ ସମେତ ଉଭୟ ମଣ୍ଡିରେ ଧାନ ବିକ୍ରୟ କରୁଥିବା ଚାଷୀ, ମିଲର୍ସ ମାନଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ପଣ୍ଡାଗାଁ ଧାନ ମଣ୍ଡିରେ ଟୋକନ ପାଇଥିବା ୨ ଜଣ ଚାଷୀଙ୍କ ଠାରୁ ପ୍ରାୟ ୧୫୦ କ୍ୱିଣ୍ଟାଲ ଧାନ ଖରିଦ କରାଯାଇଥିଲା। ଗତ ବର୍ଷ ଏହି ପଣ୍ଡିଗାଁ ଧାନ ମଣ୍ଡିରୁ ୭୧୮ ଜଣ ଚାଷୀ ୪୬୮୨୬.୨୧ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ। ବଙ୍କାପଲା ଚାଷୀ ପୂର୍ବରୁ ଦେପୁର ଧାନ ମଣ୍ଡିରେ ବିକ୍ରୟ କରୁଥିଲେ। ଗତ ରବି ଫସଲ ସମୟରୁ ଏକ ସ୍ୱତନ୍ତ୍ର ଉପ ଧାନ ମଣ୍ଡି ସ୍ଥାପନ କରାଯାଇଛି। ଏହାଦ୍ୱାରା ଗ୍ରାମର ବହୁ ନାମକୁ ମାତ୍ର ଓ ମଧ୍ୟବିତ ଚାଷୀ ଉପକୃତ ହେବେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories