ଦିନ ୧୧ଟା – ମୁଖ୍ୟ ଖବର

ଅବପାତ ରୂପ ନେଲା ଲଘୁଚାପ, ଆଜି ବାତ୍ୟାର ରୂପ ନେବ, ପ୍ରବଳ ବର୍ଷା ଓ ଜୋରରେ ପବନ ବହିବା ସମ୍ଭାବନା

ଗୁରୁବାର ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୪.୪୦କୋଟି ଟପିଛି

ଗୋପାଳପୁରଠାରୁ ପ୍ରାୟ ୮୫୦ କିଲୋମିଟର ଦୂରରେ ଅବପାତ, ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ନମ୍ବର-୦୧ ଜାରି

କନିଷ୍ଠ ପୁରୁଷ ହକି ବିଶ୍ବକପ : ଫ୍ରାନ୍ସ -ଆର୍ଜେଣ୍ଟିନା ଓ ଭାରତ- ଜର୍ମାନୀ ମଧ୍ୟରେ ସେମିଫାଇନାଲ ମୁକାବିଲା

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳାଯିବ

ଶନିବାର ସକାଳେ ଉତ୍ତର ଆନ୍ଧ୍ର- ଓଡ଼ିଶା ଉପକୂଳ ଛୁଇଁବ ଜୱାଦ

କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ; ୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ

ଏହାର ପ୍ରଭାବରେ ଆନ୍ଧ୍ର ଓ ଓଡ଼ିଶା ଉପୂକଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ବହିବ

ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ଏବଂ ଝଟକା ପବନର ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ
ଏହା ସଂପ୍ରତି ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଆଗକୁ ବଢୁଛି

ଗୋପାଳପୁର ଠାରୁ ୬୭୦ କିଲୋମିଟର ଏବଂ ପାରାଦୀପ ଠାରୁ ୭୬୦ କିଲୋମିଟର ଦୂରରେ ରହିଛି

ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ

ଏହିସବୁ ଜିଲା ପାଇଁ ରେଡ ଆଲର୍ଟ ଜାରି

ରାୟଗଡା, କୋରାପୁଟ ଆଦି ଜିଲାକୁ ୟେଲୋ ୱାର୍ଣ୍ଟିଂ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଆଦି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଦେଶରେ ୯୨୧୬ ନୂଆ କରୋନା ରୋଗୀ ଚିହ୍ନଟ

ଦିନକ ମଧ୍ୟରେ ୮୬୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୪୦,୪୫,୬୬୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ସଂପ୍ରତି ୯୯,୯୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଆରୋଗ୍ୟ ହାର ୯୮.୩୫% ରହିଥିବାବେଳେ ଦୈନିକ ସଂକ୍ରମଣ ହାର ୦.୮୦% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୮୪%

ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୧୨୫.୭୫ କୋଟି ପାନ କୋଭିଡ ଟିକା ଦିଆଯାଇଛି

ସମଗ୍ର ବିଶ୍ୱରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪.୧୩ ନିୟୁତ

ବିଶ୍ୱରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୫.୨୩ ନିୟୁତରୁ ଅଧିକ

ତେଲ ଆଭିଭ ବିଶ୍ୱର ସବୁଠାରୁ ମହଙ୍ଗା ସହର

ରାଜ୍ୟରେ ୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ; ୩ ମୃତ

ଏହି ସମୟ ମଧ୍ୟରେ କରୋନାରୁ ୨୭୬ ଜଣ ସୁସ୍ଥ ହୋଇଛନ୍ତି

ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୯ ଓ ସ୍ଥାନୀୟ ସଂକ୍ରମିତ ୧୧୧

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୫୭ ଆକ୍ରାନ୍ତ

ଅନଗୁଳ ଜିଲାରେ ୨, ବାଲେଶ୍ୱର ୪, ଭଦ୍ରକ ୧, ବଲାଙ୍ଗିର ୩, କଟକ ୧୬, ଢେଙ୍କାନାଳ ୨୦, ଗଞ୍ଜାମରେ ୪ ଜଣ ଚିହ୍ନଟ

ଜଗତସିଂହପୁର ୧, ଯାଜପୁର ୧୦, ଝାରସୁଗୁଡା ୯, କେନ୍ଦ୍ରାପଡା ୫, କେନ୍ଦୁଝର ୨, ଖୋର୍ଦ୍ଧା ୧୨୪ ଓ ମୟୁରଭଞ୍ଜରେ ୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି

ନବରଙ୍ଗପୁରରେ ୧, ନୟାଗଡ ୨, ପୁରୀ ୫, ସମ୍ବଲପୁର ୭, ସୁନ୍ଦରଗଡ ୧୪ ଓ ଷ୍ଟେଟପୁଲରୁ ୩୦ ଚିହ୍ନଟ

ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୧୦୩୮୯୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

Comments are closed.