www.samajalive.in
Tuesday, December 9, 2025
19.1 C
Bhubaneswar

ଖାକି ପିନ୍ଧି ଆସିଲେ : ଜୁଏଲାରୀ ମାଲିକଙ୍କଠାରୁ ଲୁଟିଲେ ୧୦ଲକ୍ଷ

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଖାକି ପୋଷାକ ପିନ୍ଧି ଜଣେ ଗହଣା ଦୋକାନୀଙ୍କ ଠାରୁ ୧୦ଲକ୍ଷ ଟଙ୍କା ଲୁଟି ନେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି।
ବାଲେଶ୍ୱର ସହର ଅଧୀନ ମୋତିଗଞ୍ଜ ଅଞ୍ଚଳରେ ଥିବା ଅଳଙ୍କାର ଜୁଏଲାରୀର ମାଲିକ ଦୀନେଶ ସାଙ୍ଗଭି (୫୨)ଙ୍କୁ ସହଦେବଖୁଣ୍ଟା ଅଞ୍ଚଳର ତାଙ୍କ ବନ୍ଧୁଙ୍କ ପୁଅ କିଛିଦିନ ପୂର୍ବରୁ ଫୋନ କରି ନୀଳଗିରି ଅଞ୍ଚଳରେ ଜଣେ ଲୋକ ଗହଣା ବିକ୍ରି କରିବେ ଏବଂ ତାଙ୍କର ଟଙ୍କାର ବହୁତ ଆବଶ୍ୟକତା ରହିଥିବା ନେଇ କହିଥିଲେ। ଯୋଗାଯୋଗ ପରେ ଗୁରୁବାର ଏହି ବ୍ୟବସାୟୀ ଜଣକ ଜଣେ କର୍ମଚାରୀଙ୍କୁ ଧରି ସ୍କୁଟିରେ ନୀଳଗିରି ଆସିଥିଲେ। ତେବେ ତାଙ୍କୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟସ୍ଥ ଖୁମକୁଟ ଅଞ୍ଚଳକୁ ଡକା ଯାଇଥିଲା। ହଠାତ ୩ଟି ବାଇକରେ ୯ଜଣ ଦୁର୍ବୃତ୍ତ ଏବଂ ଖାକି ପୋଷାକରେ ୩ଜଣ ଯୁବକ ସେହି ସ୍ଥାନରେ ପହଞ୍ଚି ଯାଞ୍ଚ କରିବେ ବୋଲି କହିଥିଲେ। ନିଜକୁ ବନ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ସ୍କୁଟି ଡିକି ତଲାସି ବାହାନାରେ ବ୍ୟବସାୟୀଙ୍କ ମୁଣ୍ଡରେ ୨ଟି ବନ୍ଧୁକ ଲଗାଇ ତାଙ୍କ ଡିକି ଖୋଲି ୧୦ଲକ୍ଷ ଟଙ୍କା, ମୋବାଇଲ ଓ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଲୁଟି ଫେରାର ହୋଇ ଯାଇଛନ୍ତି। ଏହି ଘଟଣାରେ ନୀଳଗିରି ଏସଡିପିଓ ରୀତେଶ ମହାପାତ୍ରଙ୍କ ନିର୍ଦେଶରେ ଆଇଆଇସି ପ୍ରଭଞ୍ଜନ ବେହେରା, ସବଇନ୍ସପେକ୍ଟର ବାସୁଦେବ ଜୟସିଂ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧ୍ୟା ସମୟରେ ଏନେଇ ୪ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ଖବରପାଇ ରାତିରେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ମଧ୍ୟ ନୀଳଗିରି ଥାନାରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories