www.samajalive.in
Tuesday, December 9, 2025
16.1 C
Bhubaneswar

ଅକ୍ସିଜେନ ସିଲିଣ୍ଡର ପାଇଁ ୨୨ ଲକ୍ଷର କାର ବିକିଲେ ଏହି ଯୁବକ

ମୁମ୍ବଇ: କରୋନା ମହାମାରୀ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି। ଗୋଟିଏ ପଟେ ଟିକାର ଅଭାବକୁ ଅନ୍ୟ ପଟେ ହସ୍ପିଟାଲରେ ଅକ୍ସିଜେନ ମିଳୁନାହିଁ। ଅନେକ ସ୍ଥାନରେ ଅକ୍ସିଜେନ ଅଭାବରୁ ରୋଗୀ ଛଟପଟ ହୋଇ ପ୍ରାଣ ହରାଉଛନ୍ତି। ଏପରି ସ୍ଥଳେ କିଛି ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ମୁମ୍ବଇର ‘ଅକ୍ସିଜେନ ମ୍ୟାନ’ ଶହନାୱାଜ ଶେଖ୍‌। ଏପରି କି ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବା ଲାଗି ସେ ନିଜର ୨୨ ଲକ୍ଷ ଟଙ୍କାର ଏସୟୁଭି କାର୍‌କୁ ବିକ୍ରି କରିଦେଇଛନ୍ତି।

ଶହନାୱାଜଙ୍କ ଏହି ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ‘ଅକ୍ସିଜେନ ମ୍ୟାନ’ ଭାବେ ଜଣାଶୁଣା। ମଲାଦ ନିବାସୀ ଶହନାୱାଜ କୋଭିଡ ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବା ପାଇଁ ଅବିରତ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସେ ଏକ ହେଲ୍‌ପଲାଇନ୍‌ କଂଟ୍ରୋଲ ରୁମ୍‌ ଖୋଲିଛନ୍ତି। ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକ ଥିବ ସେମାନେ ଏହି କଂଟ୍ରୋଲ ରୁମ ଜରିଆରେ ତାଙ୍କୁ ଯୋଗାଯୋଗ କଲେ ସେ ସହାୟତା ଯୋଗାଇଦେବେ। ଗତବର୍ଷ ବି ସେ ଏଭଳି ସେବା ଜାରି ରଖିଥିଲେ।

- Advertisement -

କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳରେ କିଛି ଲୋକଙ୍କର ଅକ୍ସିଜେନ ସିଲିଣ୍ଡର ଦରକାର ପଡ଼ିବାରୁ ଶହନାୱାଜ ନିକ ଫୋର୍ଡ ଏଣ୍ଡିଏଭର କାର୍‌କୁ ୨୨ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ଏହା ବଦଳରେ ସେ ୧୬୦ଟି ଅକ୍ସିଜେନ ସିଲିଣ୍ଡର କିଣି ରୋଗୀଙ୍କୁ ଯୋଗାଇଦେଇଥିଲେ। ଶହନାୱାଜ କହିଛନ୍ତି, ଗତବର୍ଷ ତାଙ୍କ ବନ୍ଧୁଙ୍କର ପତ୍ନୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିଲେ। ତା’ ପରଠାରୁ ସେ ଅସୁବିଧାରେ ପଡ଼ିଥିବା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବା ଭଳି ମହତ କାର୍ଯ୍ୟକୁ ଆଦରି ନେଇଛନ୍ତି। ତାଙ୍କର ଏକ ଟିମ୍‌ ରହିଛି, ଯାହାର ସଦସ୍ୟମାନେ ଏହି କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଶହନାୱାଜଙ୍କ ଟିମ୍‌ ୪ ହଜାରରୁ ଅଧିକ ଲୋକଙ୍କୁ ସହାୟତା ଯୋଗାଇ ସାରିଲେଣି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories