www.samajalive.in
Sunday, December 7, 2025
13.1 C
Bhubaneswar

ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ତଥା ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ସଂପାଦକ ପରୀକ୍ଷିତ ଜେନାଙ୍କ ପରଲୋକ

ଭୁବନେଶ୍ବର : ଥିଏଟର କଳାକାର, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା, ଜଣାଶୁଣା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ସମ୍ପାଦକ ତଥା ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନାଙ୍କ ହୃଦ୍‌ଘାତରେ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ୪ପୁଅଙ୍କ ସମେତ ବୋହୁ, ନାତିନାତୁଣି ଏବଂ ଅନ୍ୟାନ୍ୟ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ପ୍ରାୟ ୬ଟା ବେଳକୁ ସ୍ବର୍ଗତ ପରକ୍ଷୀତ ଜେନା ଘରେ ବସି ବଡ଼ପୁଅ ପାର୍ଥସାରଥୀ ଜେନାଙ୍କ ସହ କଥା ହେଉଥିଲେ। କହିଥିଲେ ମୋର ଛାତି କାହିଁକି ବଥା ହେଉଛି ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଛି। କଫ କିମ୍ବା ଅନ୍ୟ କିଛି ହୋଇଥାଏ ପାରେ । ମୋତେ ଭଲ ଲାଗୁନାହିଁ ବୋଲି କହିବା ସହ ଅସ୍ବାଭବକ ମନେ କରିଥିଲେ। ଏହାପରେ ପୁଅ ପାର୍ଥସାରଥୀ ଜେନା ଘରୋଇ ମେଡ଼ିକାଲ୍‌କୁ ନେଇଥିଲେ ଏବଂ ସେଠାରେ ତାଙ୍କର ପରଲୋକ ହୋଇଥିଲା। ପୁରୀ ସ୍ବର୍ଗଦ୍ବାରରେ ସ୍ବର୍ଗତ ପରୀକ୍ଷିତ ଜେନାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବିୟୋଗରେ ସିନେ ଜଗତ ଓ ଗଣମାଧ୍ୟମ ଜଗତ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ଇଂ. ବିପିନ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲ୍ଲୀପ ହାଲିଙ୍କ ବହୁ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ।

ବାଣୀଚିତ୍ର ପରିଚାଳନା ସମ୍ପାଦକ ତଥା ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏନ୍ ସମ୍ପାଦକ ଦିଲ୍ଲୀପ ହାଲି କହିଛନ୍ତି ଯେ ପରୀକ୍ଷିତ ଜେନା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ କିମ୍ବଦନ୍ତୀ ପୁରୁଷ। ସାଂସ୍କୃତିକ ଓ ସିନେମା ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ସହ ୪୦ବର୍ଷ ଧରି ବ୍ୟକ୍ତିଗତ ଭାବେ ଜଡ଼ିତ ଥିଲି। ତାଙ୍କର ଆକସ୍ମିକ ବିୟୋଗ ମୋତେ ଅତ୍ୟନ୍ତ ମର୍ମାହତ କରିଛି। ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ ଥିଲେ ଦିଗ୍‌ଦର୍ଶକ। ତାଙ୍କର ବିୟୋଗ ମୋତେ ମର୍ମାହତ କରିଛି। ତାଙ୍କର ପରିବାରଙ୍କୁ ସମବେଦନା ଜଣାଉଛି ଏବଂ ବାଣୀଚିତ୍ର ପତ୍ରିକାକୁ ବଞ୍ଚେଇ ରଖିଲେ ତାହା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
ଓଡ଼ିଶା ସରକାରଙ୍କ ଆଇନ ବିଭାଗରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିବା ସ୍ବର୍ଗତ ପରୀକ୍ଷିତ ଜଣେ ଥିଏଟର କଳାକାର ଥିଲେ। ସେ ୧୯୬୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ବନ୍ଧନ’ରେ ମଧ୍ୟ ଅଭିନୟ କରିଥିଲେ। ଅଭିନୟ କରିବାରେ ତାଙ୍କର ଯେତିକି ସନ୍ତୋଷ ପାଉଥିଲେ ତା’ଠାରୁ ସିନେମା ସହ ସଂପୃକ୍ତ କଳାକାରମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବାରେ ଅଧିକ ଆତ୍ମସନ୍ତୋଷ ଲାଭ କରୁଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା।
ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ସିନେମା, ଯାତ୍ରା, ଥିଏଟର ଏବଂ ଗଣମାଧ୍ୟମ ଜଗତରେ ସ୍ବର୍ଗତ ପରୀକ୍ଷିତ ଜେନା ବେଶ୍ ପରିଚିତ ଥିଲେ। ସେ ଥିଲେ ଜଣେ ଦରଦୀ ମଣିଷ ଓ ଭଲ ଲୋକ।

ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ସମ୍ପାଦନା କରିବା ସହିତ ସ୍ବର୍ଗତ ପରୀକ୍ଷିତ ଜେନା ‘ବାଣୀଚିତ୍ର ସମ୍ମାନ’ ନାମରେ ଏକ ଚଳଚ୍ଚିତ୍ର ପୁରସ୍କାରର ମଧ୍ୟ ସ୍ଥାପନା କରିଥିଲେ। ପ୍ରତିବର୍ଷ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ଏବଂ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତବିଶେଷଙ୍କୁ ବାଣୀଚିତ୍ର ସମ୍ମାନ ପ୍ରଦାନ କରୁଥିଲେ। ୨୦୧୮ରେ ‘ବାଣୀଚିତ୍ର’ ପତ୍ରିକା ୫୦ବର୍ଷ ପ୍ରତିଷ୍ଠା ଦିବସ ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା। ଓଡ଼ିଶା ସିନେ କ୍ରିଟିକ୍‌ ଆସୋସିଏସନ୍‌ ଉପସଭାପତି ଥିବା ସ୍ବର୍ଗତ ପରୀକ୍ଷିତ ଜେନା ଓଡ଼ିଆ ଚଳଚ୍ଚିତ୍ର ଇତିହାସ ଲେଖିଥିବାବେଳେ ଓଡ଼ିଆ ଚଳଚ୍ଚିତ୍ର ସଂସ୍କୃତିକୁ ଲୋକ ଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।


ସ୍ବର୍ଗତ ପରୀକ୍ଷିତ ଜେନା ଭଦ୍ରକ ଜିଲାର ମହୁରା ଗ୍ରାମରେ ୧୯୪୨ରେ ଜନ୍ମଗ୍ରହଣ କରିଥିଲେ। ସରକାରୀ ଚାକିରି କରିଥିଲେ ସୁଦ୍ଧା ଚଳଚ୍ଚିତ୍ର ଜଗତ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି। ଚଳଚ୍ଚିତ୍ର ସମ୍ପର୍କରେ ଏକ ପତ୍ରିକା ‘ବାଣୀଚିତ୍ର’ର ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଏହାଛଡା ଓଡିଶାର କଳା ଓ ସଂସ୍କୃତିକୁ ନେଇ ସେ ଅନେକ ଲେଖା ଲେଖିଛନ୍ତି। ସେହିପରି ଅଭିନୟରେ ମଧ୍ୟ ତାଙ୍କର ଢେର ଦକ୍ଷତା ରହିଥିଲ। ’କିଏ କାହାର’, ’ବନ୍ଧନ’, ’ସ୍ତ୍ରୀ’ ଏବଂ ’ବାଜି’ ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରିଥିଲେ। ସେହିପରି ସେ ଅନେକ ସାଂସ୍କୃତିକ ସଙ୍ଗଠନ ସହିତ ଜଡିତ ଥିଲେ। ରଙ୍ଗମର ଉପଦେଷ୍ଟା ସାଙ୍ଗକୁ ଓମ ଶ୍ରୀ ସଂସ୍ଥା ସହିତ ଜଡିତ ଥିଲେ। ସେହିପରି ବିଭିନ୍ନ ପୁରସ୍କାର ପାଇଁ ସେ ଜୁରି ପଦ ମଧ୍ୟ ଅଳଙ୍କୃତ କରିଥିଲେ। ଓଡିଶା ଫିଲ୍ମ ଫେୟାର ଆୱାର୍ଡ ସହିତ ବିଭିନ୍ନ ସଙ୍ଗଠନ ଓ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories