www.samajalive.in
Tuesday, December 9, 2025
15.1 C
Bhubaneswar

ଏବେ ଖୋଲା ବଜାରରେ ମିଳିବନି କୋଭିଡ ଟିକା, ସରକାର କିଣି ଲୋକଙ୍କୁ ଯୋଗାଇବେ

ଭୁବନେଶ୍ଵର : କରୋନା ହାରିବ, ଭାରତ ଜିତିବ। କରୋନା ବିରୋଧରେ ଲଢେଇ ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ପ୍ରସ୍ତୁତ ହୋଇ ସାରିଛି କୋଭିଡ୍ ଟିକା। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ୟ୍ୟାୟରେ ଦେଶର ୩ କୋଟି ଆଗ ଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ତେବେ କୋଭିଡ୍‌ ଟିକାକରଣ ଆରମ୍ଭ ହେବା ପୂର୍ବରୁ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ବାରା କୋଭାକ୍ସିନ୍‌ ପ୍ରସ୍ତୁତ କରାଯାଇଛି। ଏହି ଦୁଇଟି କୋଭିଡ୍‌ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ​‌େ​‌କନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କୋଭିସିଲ୍ଡ ଏବଂ କୋଭାସ୍କିନ୍‌ କୋଭିଡ ଟିକା ଏବେ ଖୋଲା ବଜାରରେ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ। କୋଭିସିଲ୍ଡ ଏବଂ କୋଭାସ୍କିନ୍‌ କୋଭିଡ ଟିକା ସେ ପର୍ଯ୍ୟନ୍ତ ଖୋଲା ବଜାରରେ ବିକ୍ରି ହୋଇପାରିବ ନାହିଁ ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଅନୁମତି ଦେଇ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଏବଂ କୋଭାସ୍କିନ୍‌ କୋଭିଡ ଟିକା ବିକ୍ରି ପାଇଁ ଅନୁମତି ଦେବା ପରେ ତାହା ଖୋଲା ବଜାରରେ ମିଳିପାରିବ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକସିନ୍ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜାନୁଆରୀ ୧୬ ତାରିଖରୁ ଦେଶରେ ପ୍ରଥମପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ଦେଶର ଆଗଧାଡିର କରୋନାଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହାପରେ ୫୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଟିକା ଦିଆଯିବ।ଏଥିରେ ସ୍ବାସ୍ଥ୍ୟକର୍ମୀ,ପୁଲିସ ଓ ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ଅଗ୍ରାଧିକାର ଭିତିରେ ଟିକା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories