www.samajalive.in
Sunday, December 7, 2025
26.1 C
Bhubaneswar

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ, ଝିଅ ଦେଲେ ମୁଖାଗ୍ନି

କଟକ: ଆଜି ବିଶିଷ୍ଟ ସମାଜସେବୀ ଡି.ପ୍ରକାଶ ରାଓଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକ କାଳିଆ ବୋଦା ଶ୍ମଶାନରେ ଡି.ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ଓ ତାଙ୍କ ଝିଅ ମୁଖାଗ୍ନି ଦେଇଛନ୍ତି। ତାଙ୍କର ଶେଷକୃତ୍ୟ ସମ୍ପନ୍ନବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଗତକାଲି କଟକ ବଡ଼ ମେଡ଼ିକାଲ୍‌ରେ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ପରଲୋକ ହୋଇଥିଲା।


ସୂଚନା ଯୋଗ୍ୟ ଯେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ(୬୩)ଙ୍କର ବୁଧବାର ଅପରାହ୍ଣରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା। ସେ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କରୋନାରେ ଆକ୍ରାନ୍ତ ହେବା ସହିତ ସେ ଦୁଇଥର ହୃଦ୍‌ଘାତର ଶିକାର ହୋଇଥିଲେ। କିଛିଦିନ ତଳେ ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଜି ତାଙ୍କୁ ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବାର ଥିଲା। ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଗତକାଲି ଅପରାହ୍ଣ ୪ଟା ୧୫ରେ ତାଙ୍କର ମୃତ୍ୟୁ ଘଟିଥିବା ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ଡିସେମ୍ବର ୨୫ରେ ଡି. ପ୍ରକାଶ ରାଓ ଅସୁସ୍ଥ ହୋଇ ପଡିଥିଲେ। ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ପରେ ତାଙ୍କୁ ଏସସିବି କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାଛଡ଼ା ତାଙ୍କର ମଧୁମେହ ସହିତ ଉଚ୍ଚ ରକ୍ତଚାପ ରହିଥିବାରୁ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ଏହା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା।
ପ୍ରକାଶ ରାଓ ବକ୍ସିବଜାରରେ ଏକ ଚା’ ଦୋକାନ କରିବା ସହ ‘ଆଶ୍ବା ଓ ଆଶ୍ବାସନା’ ବିଦ୍ୟାଳୟ ଖୋଲି ଗରିବ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ। ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ସେବା ପାଇଁ ୨୦୧୯ରେ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୧୮ ମେ ୨୫ରେ କଟକରେ ଆୟୋଜିତ ଜନସମ୍ବାଦ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ ରାଓଙ୍କୁ ଭେଟିଥିଲେ। ପରେ ମେ ୨୭ରେ ‘ମନକୀ ବାତ୍‌’ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଡି. ପ୍ରକାଶ ରାଓଙ୍କ ସମ୍ପର୍କରେ କହିଥିଲେ। କିପରି ସେ ଚା’ ବିକି ପିଲାଙ୍କୁ ଶିକ୍ଷାଦାନ କରିବା ସହିତ ରକ୍ତଦାନ କରୁଛନ୍ତି ସେ ସମ୍ପର୍କରେ ମୋଦୀ କହିବା ସହିତ ପ୍ରକାଶଙ୍କ କାର୍ୟ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ସ୍ବର୍ଗତ ରାଓ ୨୦୦ରୁ ଊର୍ଦ୍ଧ୍ବ ଥର ରକ୍ତଦାନ କରିଛନ୍ତି। ସମାଜସେବା ସହିତ ଏକାଧିକ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ସେ ଜଡିତ ଥିଲେ। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ଲୋକସେବକ ମଣ୍ଡଳ ପକ୍ଷରୁ ମଧ୍ୟ ପ୍ରକାଶ ରାଓଙ୍କ ଦ୍ବାରା ପରିଚାଳିତ ବିଦ୍ୟାଳୟର ଉନ୍ନତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories