www.samajalive.in
Sunday, December 7, 2025
14.1 C
Bhubaneswar

ଯୁବଶକ୍ତିର ସଫଳ ବିନିଯୋଗ ଦ୍ୱାରା ଉନ୍ନତ ରାଷ୍ଟ୍ର ନିର୍ମାଣ ସମ୍ଭବ: ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଆୟୋଜିତ ଉତ୍ସବରେ ଇଲେକ୍‌ଟ୍ରୋନିକ୍‌ସ , ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନମ୍ବର-୩ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଆମ ରାଜ୍ୟରେ ମୋଟ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ଯୁବବର୍ଗ। ରାଜ୍ୟ ସରକାର ସ୍ୱତନ୍ତ୍ର ଯୁବନୀତି ପ୍ରଣୟନ କରିବା ସହ ଯୁବକ ଓ ଯୁବତୀମାନଙ୍କ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ ଅନେକ ସମୟରେ ଦେଖାଯାଉଛି ବିଭିନ୍ନ ନକାରାତ୍ମକ ଶକ୍ତି ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରାଇବା ସହ ବିପଥଗାମୀ କରାଉଛି। ତେଣୁ ଆଜିର ଏହି ଶୁଭ ଅବସରରେ ସମସ୍ତ ଯୁବବର୍ଗ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିବା ସହ ରାଷ୍ଟ୍ର ନିର୍ମାଣରେ ନିଜର ସହଯୋଗର ହାତ ବଢ଼ାନ୍ତୁ । ଯୁବଶକ୍ତିର ସଫଳ ବିନିଯୋଗ ଦ୍ୱାରା ଉନ୍ନତ ରାଷ୍ଟ୍ରନିର୍ମାଣ ସମ୍ଭବ ବୋଲି ମନ୍ତ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ।

 

- Advertisement -

ସମ୍ମାନୀୟ ଅତିଥି ଭାବେ ରାମକୃଷ୍ଣ ମିଶନ, ଭୁବନେଶ୍ୱରର ସ୍ୱାମୀ ଆତ୍ମା ପ୍ରବାନନ୍ଦଜୀ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ସହ ସତ୍ୟ, ସକାରାତ୍ମକ ଚିନ୍ତାଧାରା ଏବଂ ଦେଶଭକ୍ତିର ଭାବନା ନେଇ ଦେଶ ବିକାଶରେ ନିଜକୁ ସାମିଲ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେ ଇଥିଲେ । ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସବୋ ବିଭାଗର କମିଶନର ତଥା ଶାସନ ସଚିବ ବିଶାଲ କୁମାର ଦେବ, ଉପ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର ଜେନା, ରଞ୍ଜିତ୍‌ କୁମାର ପରିଡ଼ା ଏବଂ କଳିଙ୍ଗ ଷ୍ଟାଡିୟମ୍‌ର ପ୍ରଶାସକ ମଧୁସୂଦନ ବେହେରାଙ୍କ ସମେତ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories