www.samajalive.in
Wednesday, December 10, 2025
15.1 C
Bhubaneswar

କୋଭିଡ ଆରୋଗ୍ୟ ହାର ୯୪.୭୪ ପ୍ରତିଶତ : ସକ୍ରିୟ ଆକ୍ରାନ୍ତ ୩ଲକ୍ଷ ୭୨ହଜାର ୨୯୩

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୪.୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୩୭ହଜାର ୭୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ କୋଭିଡରୁ ଆରୋଗ୍ୟଙ୍କ ସଂଖ୍ୟା ୯୨ ଲକ୍ଷ ୫୩ହଜାର ୩୦୬ରେ ପହଞ୍ଚିଛି।

ସେହିପରି ଗତ ୨୪ଘଣ୍ଟା ଭିତରେ ୩୧ ହଜାର ୫୨୨ଜଣ ଲୋକ କୋଭିଡରେ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମଣ ୯୭ଲକ୍ଷ ୬୭ହଜାର ୩୭୨ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୪୧୨ ଜଣଙ୍କ ମୃତ୍ୟୁ ଘଟିଥିବାର ରିପୋର୍ଟ ମିଳିଛି। ଏଥିସହିତ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଛି। ଦେଶରେ ୩ ଲକ୍ଷ ୭୨ହଜାର ୨୯୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି।
ନମୂନା ପରୀକ୍ଷାରେ ମଧ୍ୟ ଭାରତ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି। ଦେଶ ଦୈନିକ ୧୫ଲକ୍ଷରୁ ଅଧିକ ନମୂନା ପରୀକ୍ଷା କରିବାର ସାମର୍ଥ୍ୟ ହାସଲ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୯ ଲକ୍ଷ ୨୨ ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ମନ୍ତ୍ରଣାଳୟ କହିଛି ଗତ ୧୦ ଦିନ ଭିତରେ ୧ କୋଟିରୁ ଅଧିକ ନମୂନା ପରୀକ୍ଷା କରାଯାଇ ସାରିଛି।  ଦେଶରେ ଅଧିକ ନମୂନା ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କ ହାର ହ୍ରାସ ପାଇବାରେ ଲାଗିଛି। ଫଳରେ ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାର ୨୯୩ ରହିଛି ଯାହା ମୋଟ୍‍ ସଂକ୍ରମଣର ୩.୮୧ ପ୍ରତିଶତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories