ଜାଣନ୍ତୁ କେଉଁ ଜିନିଷ ପର୍ସରେ ରଖିବା ଉଚିତ ଓ ଅନୁଚିତ୍‍

0

ସମସ୍ତେ ମନିପର୍ସର ବ୍ୟବହାର କରିଥାଆନ୍ତି। ଜାଣତରେ ହେଉ ଅଥବା ଅଜାଣତରେ କିଛି ଏପରି ଦ୍ରବ୍ୟ ପର୍ସରେ ରଖିଦିଅନ୍ତି,ଯାହାଦ୍ୱାରା ଧନର ହାନୀ ହେବା ସହ ଏହା ଅଶୁଭ ଫଳ ମଧ୍ୟ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟକୁ ପର୍ସରେ ରଖିବା ଉଚିତ ଓ କେଉଁ ଦ୍ରବ୍ୟ ରଖିବା ଉଚିତ ନୁହେଁ।

ଲକ୍ଷ୍ମୀଙ୍କ ଫଟୋ – ପର୍ସରେ ମା’ଲକ୍ଷ୍ମୀଙ୍କ ଫଟୋ ରଖିଲେ ଧନର ଅଭାବ ହୋଇ ନ ଥାଏ। ପର୍ସରେ ସର୍ବଦା ପଇସା ରହିଥାଏ।

ତମ୍ବା କିମ୍ବା ରୂପା ଟଙ୍କା – ଏହାକୁ ପର୍ସରେ ରଖିଲେ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ଭଗବାନଙ୍କ କୃପା ସର୍ବଦା ରହିଥାଏ।


ଶ୍ରୀଯନ୍ତ୍ର – ଏହାକୁ ରଖିଲେ କର୍ମକ୍ଷେତ୍ରରେ ଅଧିକ ଉନ୍ନତି ହୋଇ ଧନର ବୃଦ୍ଧି ହୋଇଥାଏ।

prayash

ଗୁରୁଙ୍କ ଫଟୋ – ଏହାକୁ ରଖିବା ଦ୍ୱାରା ଈଶ୍ୱରଙ୍କ କୃପା ସର୍ବଦା ରହିଥାଏ।

ଔଷଧ – ପର୍ସରେ କୌଣସି ପ୍ରକାରର ଔଷଧ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଯଥାରେ ଅଧିକ ପଇସା ଖର୍ଚ୍ଚ ହୋଇଥାଏ।


ଅଶ୍ଳୀଳ ଫଟୋ – ଏଥିରେ କୌଣସି ଅଶ୍ଳୀଳ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଧନର ଅଭାବ ଲାଗି ରହେ।

ପୁରୁଣା ଟିକେଟ – ଏଥିରେ ପୁରୁଣା ବସ ଟିକେଟ ହେଉ ଅଥବା ଡ଼ାକ ଟିକେଟ ହେଉ ରଖିବା ଅନୁଚିତ। ଏହା ଦ୍ୱାରା ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ସର୍ବଦା ଅଭାବ ଦେଖା ଦେଇଥାଏ।


ଧାରୁଆ ଦ୍ରବ୍ୟ – ଏଥିରେ ଧାରୁଆ ଜିନିଷ ଯେପରି ଛୁରୀ,ନେଲ୍‍କଟର ଆଦି ରଖନ୍ତୁ ନାହିଁ। ଏହା ଦ୍ୱାରା ରୋଗ ଲାଗି ରହିଥାଏ ଓ ଏଥିରେ ଧନହାନୀ ହୋଇଥାଏ।

Leave A Reply