ଜାଣନ୍ତୁ କେଉଁ ଜିନିଷ ପର୍ସରେ ରଖିବା ଉଚିତ ଓ ଅନୁଚିତ୍
ସମସ୍ତେ ମନିପର୍ସର ବ୍ୟବହାର କରିଥାଆନ୍ତି। ଜାଣତରେ ହେଉ ଅଥବା ଅଜାଣତରେ କିଛି ଏପରି ଦ୍ରବ୍ୟ ପର୍ସରେ ରଖିଦିଅନ୍ତି,ଯାହାଦ୍ୱାରା ଧନର ହାନୀ ହେବା ସହ ଏହା ଅଶୁଭ ଫଳ ମଧ୍ୟ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟକୁ ପର୍ସରେ ରଖିବା ଉଚିତ ଓ କେଉଁ ଦ୍ରବ୍ୟ ରଖିବା ଉଚିତ ନୁହେଁ।
ଲକ୍ଷ୍ମୀଙ୍କ ଫଟୋ – ପର୍ସରେ ମା’ଲକ୍ଷ୍ମୀଙ୍କ ଫଟୋ ରଖିଲେ ଧନର ଅଭାବ ହୋଇ ନ ଥାଏ। ପର୍ସରେ ସର୍ବଦା ପଇସା ରହିଥାଏ।
ତମ୍ବା କିମ୍ବା ରୂପା ଟଙ୍କା – ଏହାକୁ ପର୍ସରେ ରଖିଲେ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ଭଗବାନଙ୍କ କୃପା ସର୍ବଦା ରହିଥାଏ।
ଶ୍ରୀଯନ୍ତ୍ର – ଏହାକୁ ରଖିଲେ କର୍ମକ୍ଷେତ୍ରରେ ଅଧିକ ଉନ୍ନତି ହୋଇ ଧନର ବୃଦ୍ଧି ହୋଇଥାଏ।
ଗୁରୁଙ୍କ ଫଟୋ – ଏହାକୁ ରଖିବା ଦ୍ୱାରା ଈଶ୍ୱରଙ୍କ କୃପା ସର୍ବଦା ରହିଥାଏ।
ଔଷଧ – ପର୍ସରେ କୌଣସି ପ୍ରକାରର ଔଷଧ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଯଥାରେ ଅଧିକ ପଇସା ଖର୍ଚ୍ଚ ହୋଇଥାଏ।
ଅଶ୍ଳୀଳ ଫଟୋ – ଏଥିରେ କୌଣସି ଅଶ୍ଳୀଳ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଧନର ଅଭାବ ଲାଗି ରହେ।
ପୁରୁଣା ଟିକେଟ – ଏଥିରେ ପୁରୁଣା ବସ ଟିକେଟ ହେଉ ଅଥବା ଡ଼ାକ ଟିକେଟ ହେଉ ରଖିବା ଅନୁଚିତ। ଏହା ଦ୍ୱାରା ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ସର୍ବଦା ଅଭାବ ଦେଖା ଦେଇଥାଏ।
ଧାରୁଆ ଦ୍ରବ୍ୟ – ଏଥିରେ ଧାରୁଆ ଜିନିଷ ଯେପରି ଛୁରୀ,ନେଲ୍କଟର ଆଦି ରଖନ୍ତୁ ନାହିଁ। ଏହା ଦ୍ୱାରା ରୋଗ ଲାଗି ରହିଥାଏ ଓ ଏଥିରେ ଧନହାନୀ ହୋଇଥାଏ।