www.samajalive.in
Tuesday, December 9, 2025
16.1 C
Bhubaneswar

ଦିଲ୍ଲୀରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କାର ଉପରେ ଆକ୍ରମଣରେ ସୋଲେମାନିଙ୍କ ହାତ ଥିଲା: ଟ୍ରମ୍ପ

ୱାଶିଂଟନ:  ଇରାନ ସେନା ବୁଦ୍ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆକସ୍ମିକ ଯୁଦ୍ଧ ହେବାର ଆଶଙ୍କା ଉପୁଜିଛି। ତେବେ ସୋଲେମାନି ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ଇସାରାରେ ଦିଲ୍ଲୀରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। କେବଳ ଦିଲ୍ଲୀ ନୁହେଁ, ଦୁଇଦିନ ଭିତରେ ଟିବିଲିସି, ଜର୍ଜିଆ, ବ୍ୟାଙ୍କକ୍‌ ଏବଂ ଥାଇଲାଣ୍ଡରେ ଇସ୍ରାଏଲ ରାଷ୍ଟ୍ରଦୂତଙ୍କ ଉପରେ ବି ଆକ୍ରମଣ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକଥା ସ୍ପଷ୍ଟ କରିବା ସହିତ ନିର୍ଦୋଶୀଙ୍କୁ ହତ୍ୟା କରିବା ସୋଲେମାନିଙ୍କ ଧର୍ମ ଥିଲା ବୋଲି କହିଛନ୍ତି।

୨୦୧୨ ଫେବୃୟାରୀ ୧୩ରେ ଏହି ଘଟଣା ଘଟିଥିଲା। ଇସ୍ରାଏଲ ରାଷ୍ଟ୍ରଦୂତଙ୍କ କାରକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଥିଲା। ସେଥିରେ ରାଷ୍ଟ୍ରଦୂତଙ୍କ ପତ୍ନୀ ଥିଲେ। ସେ ପିଲାଙ୍କୁ ଆଣିବାକୁ ସ୍କୁଲ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। କେହି ମୃତାହତ ହୋଇ ନ ଥିଲେ। ସେହିଦିନ ଏବଂ ତା’ ପରଦିନ ଅନ୍ୟଦେଶରେ ଥିବା ଇସ୍ରାଏଲର କୁଟନୀତିଜ୍ଞମାନଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଥିଲା। ଟିବିଲିସି, ଜର୍ଜିଆ, ବ୍ୟାଙ୍କକ୍‌, ଥାଇଲାଣ୍ଡରେ ଥିବା କୁଟନୀତିଜ୍ଞମାନଙ୍କୁ ଟାର୍ଗେଟ କରାଯାଇଥିଲା। ଏସବୁ ଆକ୍ରମଣ ପାଇଁ ଇରାନଙ୍କୁ ଦାୟୀ କରାଯାଇଥିଲା। ଇସ୍ରାଏଲ ଇରାନର ବୈଜ୍ଞାନିକଙ୍କ ଉପରେ ଆକ୍ରମଣ କରିଥିବାରୁ ଇରାନ ଏସବୁ ଆକ୍ରମଣ କରିଥିବା ଚର୍ଚ୍ଚା ହୋଇଥିଲା। ଦିଲ୍ଲୀ ପୁଲିସ ମଧ୍ୟ ଘଟଣାର ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ, ଏହି ଆକ୍ରମଣ ପଛରେ ଇରାନ ରିଭଲ୍ୟୁଶନାରୀ ଗାର୍ଡ କର୍ପ୍ସର ହାତ ଥିଲା, ଯାହାର ନେତୃତ୍ଵ ନେଉଥିଲେ ସୋଲେମାନି।

- Advertisement -

ଟ୍ରମ୍ପ କହିଛନ୍ତି, ସୋଲେମାନିଙ୍କ ଆତଙ୍କୀ ଷଡ଼ଯନ୍ତ୍ର ଦିଲ୍ଲୀରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ବ୍ୟାପିଥିଲା। ଯଦି କୌଣସି ସ୍ଥାନରେ ଆମେରିକୀୟମାନଙ୍କୁ ଭୟଭୀତ କରାଯାଏ, ତେବେ ଆମେ ଆଗରୁ ଟାର୍ଗେଲ ଲିଷ୍ଟ ପ୍ରସ୍ତୁତ କରିନେଇଛି। ଆବଶ୍ୟକ ସ୍ଥଳେ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ଟ୍ରମ୍ପ କହିଛନ୍ତି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories