www.samajalive.in
Tuesday, December 9, 2025
15.1 C
Bhubaneswar

ଟ୍ବେଣ୍ଟି-୨୦ ଦଳକୁ ସାମି, ଭୁବନେଶ୍ବର ଓ କୁଲଦୀପ ଫେରିଲେ

କଲକାତା : ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳ ଭାରତ ଗସ୍ତରେ ଆସି ୩ଟି ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ। ଉଭୟ ସିରିଜ୍‌ ନିମନ୍ତେ ଭାରତୀୟ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳର ଘୋଷଣା ଗୁରୁବାର ହୋଇଛି। ଏମ୍‌ଏସ୍‌କେ ପ୍ରସାଦ ନେତୃତ୍ବାଧୀନ କମିଟି ଏହି ଦଳ ଘୋଷଣା କରିଛି। ଉଲ୍ଲେଖନୀୟ କଥା ହେଉଛି; ୱେଷ୍ଟଇଣ୍ଡିଜ୍ ଭଳି ଦୁର୍ବଳ ଦଳ ବିପକ୍ଷରେ ଭାରତ ଉଭୟ ସିରିଜ୍ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଦଳର ପ୍ରମୁଖ ଖେଳାଳିମାନେ ଉଭୟ ସିରିଜ୍ ପାଇଁ ମନୋନୀତ ହୋଇଛନ୍ତି।
ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କୁ ଉଭୟ ସିରିଜ୍ ଲାଗି ବିଶ୍ରାମ ମିଳିବ ବୋଲି ଅନୁମାନ କରା ଯାଉଥିବା ବେଳେ ଉଭୟଙ୍କୁ କିନ୍ତୁ ଦଳରେ ସାମିଲ କରାଯାଇଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଉଭୟ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍ ଲାଗି ପେସ୍ ବୋଲର ଭୁବନେଶ୍ବର କୁମାର ଦଳକୁ ଫେରିଛନ୍ତି। ଆହତ ଥିବାରୁ ବେଶ୍‌ କିଛିମାସ ହେଲା ଭୁବନେଶ୍ବର ଖେଳିନଥିଲେ। ପୁଣି ୨୦୨୦ ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଉପଯୁକ୍ତ ଦଳ କ’ଣ ଜାଣିବା ପାଇଁ ମନୋନୟନକାରୀ ମହମ୍ମଦ ସାମିଙ୍କୁ ଟ୍ବେଣ୍ଟି୨୦ ଦଳରେ ସାମିଲ କରିଛନ୍ତି। ସାମିଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରା ଯାଇଥିଲା। ୨୦୧୯ ଜୁଲାଇରେ ଶେଷଥର ପାଇଁ ସାମି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିଲେ। ସାମିଙ୍କୁ ଦିନିିକିଆ ଦଳରେ ମଧ୍ୟ ସ୍ଥାନ ଦିଆଯାଇଛି। ପୁଣି ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଟ୍ବେଣ୍ଟି୨୦ ଦଳକୁ ଫେରିଥିବା ବେଳେ ଅଲ୍‌ରାଉଣ୍ଡର କେଦାର ଯାଦବଙ୍କୁ ଦିନିିକିଆ ଦଳରେ ସାମିଲ କରାଯାଇଛି। ନିକଟରେ ବାଂଲାଦେଶ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଖେଳିଥିବା ମୁମ୍ବଇର ଅଲ୍‌ରାଉଣ୍ଡର ଶିବମ୍ ଦୁବେ ଟ୍ବେଣ୍ଟି୨୦ ଦଳରେ ସ୍ଥାନ ବଜାୟ ରଖିଥିବା ବେଳେ ତାଙ୍କୁ ପ୍ରଥମଥର ପାଇଁ ଦିିନିକିଆ ଦଳରେ ସାମିଲ କରାଯାଇଛି। ନିକଟରେ ଟ୍ବେଣ୍ଟି୨୦ରେ ହ୍ୟାଟ୍ରିକ୍ ନେଇଥିବା ପେସ୍ ବୋଲର ଦୀପକ ଚହର ଦଳରେ ଥିବା ବେଳେ ବାମହାତି ପେସ୍ ବୋଲର ଖଲିଲ ଅହମ୍ମଦ ବାଦ୍ ପଡ଼ିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ଡିସେମ୍ବର ୬ରେ ମୁମ୍ବଇ, ୨ୟ ମ୍ୟାଚ୍‌ ୮ରେ ତିରୁଅନନ୍ତପୁରମ୍‌ ଓ ୩ୟ ମ୍ୟାଚ୍‌ ୧୧ରେ ହାଇଦରାବାଦ୍‌ରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନଇ, ୨ୟ ମ୍ୟାଚ୍ ୧୮ରେ ବିଶାଖାପାଟଣା ଓ ୩ୟ ମ୍ୟାଚ୍ ୨୨ରେ କଟକରେ ଖେଳାଯିବ।
ଦିନିକିଆ ଦଳ: ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ୍‌, କେଏଲ୍‌ ରାହୁଲ, ଋଷଭ ପନ୍ତ୍‌, ମନୀଷ ପାଣ୍ଡେ, ଶ୍ରେୟାସ ଆୟର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ୍‌ ଦୁବେ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ମହମ୍ମଦ ସାମି, ଦୀପକ ଚହର୍ ଓ ଭୁବନେଶ୍ବର କୁମାର।
ଟ୍ବେଣ୍ଟି୨୦ ଦଳ: ବିରାଟ କୋହଲି, ରୋହିତ ଶର୍ମା, କେଏଲ୍‌ ରାହୁଲ, ଶିଖର ଧାୱନ୍‌, ଋଷଭ ପନ୍ତ୍‌, ମନୀଷ ପାଣ୍ଡେ, ଶ୍ରେୟାସ ଆୟର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍‌ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ଦୀପକ ଚହର୍‌, ଭୁବନେଶ୍ବର କୁମାର ଓ ମହମ୍ମଦ ସାମି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories