ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାରା ଦେଶରେ ‘ଘାତକ ବାଣ’ କଟକଣା.. ସାରା ଦେଶରେ ଘାତକ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ କଟକଣା ନିର୍ଦେଶ ଦେଲେ ସୁପ୍ରିମକୋର୍ଟ..

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି.. ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ..

ସରିଲା ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ ମତଦାନ..

ବିହାରରେ ୭୫ ପ୍ରତିଶତ ଜାତିଗତ ସଂରକ୍ଷଣ ପାଇଁ ନୀତିଶ କୁମାରଙ୍କ ପ୍ରସ୍ତାବ..

ଛତିଶଗଡ଼ରେ ବିଧାନସଭା ନିର୍ବାଚନ ମତଦାନ ସମୟରେ ମାତିଲେ ନକ୍ସଲ.. ଏକାଧିକ ସ୍ଥାନରେ ସୁରକ୍ଷା କର୍ମୀଙ୍କ ସହ କଲେ ଗୁଳି ବିନିମୟ.. ୬ ନକ୍ସଲ ମୃତ, ଏକାଧିକ ଯବାନ ଆହତ..

ବିଶ୍ବକପ୍ : ଅଷ୍ଟ୍ରେଲିଆ ଆଗରେ ୨୯୨ ରନର ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ..

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି.. ଆପାତତଃ ଅପରାହ୍ନ ଘ.୫.୦୦ ଟିକାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

ବ୍ରହ୍ମପୁର : ହତ୍ୟା ମାମଲାରେ ୮ ଦୋଷୀଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ କୋର୍ଟ..

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ..

 

Comments are closed.