bjd gruha runa

ବିକାଶ ପଥରେ ପଶ୍ଚିମ ଓଡିଶା ବିକାଶ ପରିଷଦ, ୨୦୨୪-୨୫ ବର୍ଷରେ ଆର୍ଥିକ ଅନୁଦାନ ୫୦୦କୋଟି

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୩ତମ ବୈଠକ

BJD Bijuli 480×75 Mob

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୩ତମ ସମୀକ୍ଷା ବୈଠକ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜୀବ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ବାର୍ଷିକ ସମୀକ୍ଷା ବୈଠକରେ ୧୧ଟି ଜିଲାର ବିଶେଷଜ୍ଞ ସଦସ୍ୟ ଓ ଜିଲ୍ଲାରୁ ଆସିଥିବା ପରିଷଦର ଅଧିକାରୀବୃନ୍ଦ ଯୋଗଦେଇଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ପ୍ରାଧ୍ୟାନ୍ୟ ଦେଇଆସିଛନ୍ତି, ଏଥିପାଇଁ ପରିଷଦର ବଜେଟକୁ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ୫୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଏହି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ।
ବୈଠକରେ ଶ୍ରୀତ୍ରିପାଠୀ କହିଛନ୍ତି, ୫-ଟି ଉପକ୍ରମ ଅଧିନରେ ପରିଷଦ ସର୍ବଦା ସ୍ବଚ୍ଛତା ରକ୍ଷା କରି କାର୍ଯ୍ୟ କରିଆସିଛି।ଆଗକୁ ମଧ୍ୟ ପଶ୍ଚିମା ଓଡିଶାର ୧୦ଟିଜିଲା ସମେତ ଅନୁଗୁଳ ଜିଲାରେ ପରିଷଦର କାର୍ୟ୍ୟାଳୟକୁ ଆହୁରୀ ସୁଦୃଢ କରାଯିବ। ପଶ୍ଚିମ ଓଡ଼ିଶାରେ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ୟ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭାଘର ଅନ୍ୟତମ।ପ୍ରାୟ ଏକ ହଜାର ମୁଖ୍ୟମନ୍ତ୍ରୀସଭାଘରର ନିର୍ମାଣ କାର୍ୟ୍ୟ ଚଳିତ ଆର୍ଥିକ ବର୍ଷରେ ସମ୍ପୁର୍ଣ୍ଣ କରାଯିବ ବୋଲି ସେ ମତ ରଖିଛନ୍ତି।

ଆଜିର ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଅତିରିକ୍ତ ୧୨୫କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ମୋଟ୍  ଅନୁଦାନରୁ  ୭୪କୋଟି ୧୧ଲକ୍ଷ ଟଙ୍କା ବ୍ୟୟ ବରାଦରେ ୮୯୩ଟି ମୁଖ୍ୟମନ୍ତ୍ରୀ ସଭାଘର ନିର୍ମାଣ କାର୍ୟ୍ୟ ସାରିବା ନିମନ୍ତେ ପରିଷଦ ପକ୍ଷରୁ ମଞ୍ଜୁର କରାଯାଇଛି ।ପରିଷଦର ସଦସ୍ୟ ସଚିବ ତଥା ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର ବୈଠକରେ ଏଜେଣ୍ଡା ଉପସ୍ଥାପନ କରିଥିଲେ। ବୈଠକରେ ୨୨ଅଗଷ୍ଟ ୨୦୨୩ରୁ ୭ ଫେବୃଆରୀ ୨୦୨୪ ମଧ୍ୟରେ ସାଂସଦ, ବିଧାୟକ ଏବଂ ଅନ୍ୟମାନଙ୍କ ଦ୍ଵାରା ସୁପାରିଶ କରାଯାଇଥିବା ୧୭୬୭ଟି ଲୋକ କେନ୍ଦ୍ରିତ ଉନ୍ନୟନ ପ୍ରକଳ୍ପ ପାଇଁ ୧୨୮କୋଟି ୨୨ଲକ୍ଷ ଟଙ୍କାର ଅନୁମୋଦନକୁ ମଞ୍ଜୁର କରାଯାଇଥିଲା। ପରିଷଦ ମାଧ୍ୟମରେ ରାଜ୍ୟ ସରକାର ପଶ୍ଚିମ ଓଡିଶା ଜିଲାଗୁଡିକରେ ଶିଳ୍ପ ବିକାଶ, କୃଷି ସମୃଦ୍ଧି, ଐତିହାସିକ ସ୍ଥାନର ପୁନରୁଦ୍ଧାର, ପର୍ୟ୍ୟଟନ ସ୍ଥଳୀର ସୌନ୍ଦର୍ୟ୍ୟୀ କରଣ, ଗ୍ରାମାଞ୍ଚଳରେ ସିମେଣ୍ଟ କଂକ୍ରିଟ୍ (ସିସି) ରାସ୍ତା ନିର୍ମାଣ, ସହରଗୁଡିକରେ ଆଧୁନିକ ବହୁମୁଖୀ ଅଡିଟୋରିୟମ ନିର୍ମାଣ, ଡ୍ୟାମଗୁଡିକର ବିକାଶ ସମେତ ଏହାର ଚାରିପାଖରେ ସୌନ୍ଦର୍ୟ୍ୟୀ କରଣ ଆଦି ପ୍ରକଳ୍ପକାର୍ୟ୍ୟକୁ ହାତକୁ ନେଇଥିବା ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।
ପରିଷଦ ବୈଠକରେ  ସମସ୍ତ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ସଭାଘର, ଅଡିଟୋରିୟମ୍ ଏବଂ ଜୀବିକା ନିର୍ବାହ ପ୍ରକଳ୍ପର ସଫଳତା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଫଳପ୍ରଦ ସମନ୍ୱୟ ଏବଂ ପରିଚାଳନା ଦିଗରେ ନିଆଯାଇଥିବା ପଦକ୍ଷେପକୁ ସମସ୍ତ ସଦସ୍ୟ ପ୍ରଶଂସା କରିଥିଲେ।ଏହି ବୈଠକରେ ଉପଦେଷ୍ଟା ଏବଂ ସମସ୍ତ ବିଶେଷଜ୍ଞ ସଦସ୍ୟମାନେ ନିଜ ନିଜ ଜିଲ୍ଲାର ଯୋଜନା ଏବଂ ଆଗାମୀ ଦିନରେ ଆବଶ୍ୟକତା ଥିବା ପ୍ରକଳ୍ପ ସମ୍ପର୍କରେ ନିଜର ମତ ରଖିଥିଲେ ।ବୈଠକରେଅନୁଗୁଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲରୁ ପରିଷଦ ସଦସ୍ୟମାନେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ବାର୍ଷିକ ବୈଠକରେ ପରିଷଦର ପରାମର୍ଶଦାତା ନାରାୟଣ ସାହୁ, ବିଶେଷଜ୍ଞ ସଦସ୍ୟ  ବୈକୁଣ୍ଠ ନାୟକ,  ଅବିନାଶ ଠାକୁର,  ଗତିକୃଷ୍ଣ ମିଶ୍ର,  ମିତ୍ରଭାନୁ ସାହୁ,  ହଂସରାଜ ଜୈନ,  ସୁବୋଧ ପ୍ରଧାନ,  ମନ୍ଦାକିନୀ ବାଘେଲ, ପ୍ରମୁଖ ଯୋଗଦେଇଥିବାବେଳେ ପରିଷଦର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାୟକ ଉପସ୍ଥିତ ଥିଲେ।

Comments are closed.