ଭୁବନେଶ୍ବରରେ ହେବ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତା, ଆକର୍ଷଣ ସାଜିବେ ମଲାଇକା ଆରୋରା

ଭୁବନେଶ୍ବର: ଆର ଆର ଇଭେଣ୍ଟ ପକ୍ଷରୁ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ମାସ ୨୦ ତାରିଖରେ ଓଡ଼ିଶା କୁଇନର ଚତୁର୍ଥ ସଂସ୍କରଣ ଭୁବନେଶ୍ୱରସ୍ଥିତ ରେଳବାଇ ଅଡିଟୋରିଉମ ଠାରେ ଅନୁଷ୍ଠିତ ହେବ।  ବଲିଉଡ଼ ସୁନ୍ଦରୀ ଅଭିନେତ୍ରୀ ମଲାଇକା ଅରୋରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତାଙ୍କୁ ମୁକୁଟ ପିନ୍ଧାଇବେ ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଓଡିଶାର ବିଭିନ୍ନ ଅଂଚଳରେ ପ୍ରତିଯୋଗୀମାନଙ୍କ ପାଇଁ ଅଡିସନ ଅନୁଷ୍ଠିତ ହେବ। ବ୍ରହ୍ମପୁରରେ ଜୁନ ୧୯ ତାରିଖ ,ବାଲେଶ୍ୱରରେ ଜୁନ ୨୨ ତାରିଖ ,ରାଉରକେଲାରେ ଜୁନ ୨୮ ତାରିଖ ,ସମ୍ବଲପୁରରେ ଜୁନ ୩୦ ତାରିଖ ,କଟକରେ ଜୁଲାଇ ୩ ତାରିଖ ଏବଂ ଭୁବନେଶ୍ୱର ଠାରେ ଜୁଲାଇ ୫ ତାରିଖ ଦିନ ଅଡିସନ ଅନୁଷ୍ଠିତ ହେବ।  ୧୮ ରୁ ୨୮ ବର୍ଷ ପର୍ଯ୍ୟନ୍ତ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

prayash

ବିଭିନ୍ନ ପର୍ଯାୟରେ ପ୍ରତିଯୋଗିତା ହେବ ପରେ ସର୍ବଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗୀ ଫାଇନାଲ ମଞ୍ଚରେ ପ୍ରବେଶ କରିବେ ଏବଂ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ‘ଓଡ଼ିଶା କୁଇନ’ ଭାବେ ମନୋନୀତ କରାଯିବ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ବିଜେତାଙ୍କୁ ଓଡ଼ିଶା କୁଇନ ମୁକୁଟ ପିନ୍ଧାଇବା କାର୍ଯ୍ୟକ୍ରମ ରହିଛି। ଏହାସହିତ ଅନ୍ୟାନ୍ୟ ପର୍ଯ୍ୟାୟରେ ମଧ୍ୟ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଆରଆର ଇଭେଣ୍ଟ୍ସ ଆଣ୍ଡ ପ୍ରୋମସନର ଫାଉଣ୍ଡର ତଥା ଚଳଚିତ୍ର ପ୍ରଯୋଜକ  ରମେଶ ବାରିକ, କ୍ରିଏଟିଭ ହେଡ଼ ଶ୍ୟାମା ପ୍ରସାଦ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଶୀତଲ ପାତ୍ର, ଅଭିନେତା ସୁବାଶିଷ ଶର୍ମା(ମଣ୍ଟୁ ), ସ୍ୱପ୍ନା ପ୍ରିୟଦର୍ଶିନୀ, ସୁପର ମଡେଲ ସାଞ୍ଜ ଅମିତ୍ କୁମାର ଘୋଷ, ଶୁଭସ୍ମିତା, ଶାଶ୍ୱତୀ ପତି, ଜହିଦା ଅହମଦ, ଆଲେମ ଅହମଦ , ଅମ୍ରିତ ପାଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିଲେ।

 

Comments are closed.