Patra electronics

ହିନ୍ଦୁ ଶାସ୍ତ୍ର ଅନୁସାରେ ଚାରି ଯୁଗର ଶେଷରେ ଆସେ ମହା ପ୍ରଳୟ

0

ହିନ୍ଦୁ ଶାସ୍ତ୍ର ଓ ପୁରାଣ ଅନୁସାରେ ଚାରୋଟି ଯୁଗ ରହିଛି । ସତ୍ୟ, ତ୍ରେତୟା , ଦ୍ୱାପର ଓ କଳିଯୁଗ । ଏହାକୁ ସ୍ୱର୍ଣ୍ଣ, ରୌପ୍ୟ, କାଂସ୍ୟ ଓ ଲୌହ ସହ ତୁଳନା କରାଯାଇଛି । କେତେକ ଶାସ୍ତ୍ର ଅନୁସାରେ ଚାରି ଯୁଗ ଶେଷରେ ମହା ପ୍ରଳୟ ଆସିଥାଏ ।  ୪ ଯୁଗର ଅନୁପାତ ୪,୩,୨,୧ । ତେବେ କଳିଯୁଗରେ ଶେଷରେ ମହା ପ୍ରଳୟ ଆସିବ । କଳ୍‌କୀ ଅବତାର ହେବ । ମ୍ଲେଚ୍ଛ ସଂହାର ହେବ . କେବଲ ସତ୍‌ ପ୍ରାଣୀ ଜୀବିତ ରହିବେ ବୋଲି ଉଲ୍ଲେଖ ରହିଛି । ତେବେ ମଣିଷ ନିଜର କର୍ମ ଓ କଳହ ଯୋଗୁଁ  ବିଶ୍ୱ ଧ୍ୱଂସ ହୋଇ ପାରେ କୌଣସି ମହାଯୁଦ୍ଧ ଯୋଗୁଁ କିମ୍ବା ବଡ ଧରଣ ର ଉଲ୍‌କା ବା ଗ୍ରହାଣୁ ପୃଞ୍ଜ ମାଡ ହୋଇ ପୃଥିବୀ ଧ୍ୱଂସ ହୋଇପାରେ ।

ପୃଥିବୀରେ ଆଗରୁ ଆଇସ୍‌ ଏଜ୍‌ ରହିଥିଲା । ଏହି ସମୟରେ ଡାଇନୋସର ସହ ମାମଥ୍‌ ପରି ବିଶାଳକାୟ ପ୍ରାଣୀ ବାସ କରୁଥିଲେ । ମାତ୍ର ପରିବର୍ତ୍ତୀ ପରିବର୍ତ୍ତନ ସହ ଖାପ ଖୁଆଇ ଚଳି ନପାରି ବାରୁ ଡାଇନୋସର୍‌ ବଂଶ ଧ୍ୱଂସ ପାଇଥିଲା ।  ତେବେ ପୌରଣିକ ବିଶ୍ୱାସ ଅନୁସାରେ ଚାରିଯୁଗର ଅନ୍ତରେ ମହା ପ୍ରଳୟ ଆସିବ ସାରା ବିଶ୍ୱ ଜଳ ମଗ୍ନ ହେବ । ଏହାପେର ଯେଉଁମାନେ ବଞ୍ଚି ରହିଥିବେ ସେମାନଙ୍କ ଠାରୁ ନୂତନ ଭାବେ ପୁଣି ସୃଷ୍ଟିର ସଂରଚନା ହେବ ।

Leave A Reply