www.samajalive.in
Wednesday, December 10, 2025
18.1 C
Bhubaneswar

ଶନିବାର ରାଶିଫଳ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ ଏହି ରାଶିର ବ୍ୟକ୍ତି

ମେଷ- ସତ୍‌ପରାୟଣ ଓ କର୍ମଠ ହେବେ। ଜ୍ଞାନୀ ଶ୍ରେଷ୍ଠ ହୋଇପାରନ୍ତି। ଶିକ୍ଷାବିତ୍‌ଭାବେ ନିର୍ଭରଶୀଳଙ୍କୁ ଦିଗ୍‌ଦର୍ଶନ ଦେବେ। ପ୍ରଜ୍ଞାଶୀଳ ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ପାଇଁ ଚିକିିତ୍ସା ବ୍ୟୟ ବହୁଳ ହୋଇପାରେ।
ବୃଷ- କର୍ତ୍ତବ୍ୟନିଷ୍ଠ ହେବେ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ରହିବ। ଶୁଭକାର‌୍ୟ୍ୟ କରଣୀୟ।
ମିଥୁନ- ବିପଦ ଯେତେ ଭୟଙ୍କର ହେଲେ ବି ଧୈର୍ଯ୍ୟଚ୍ୟୁତି ହେବନି। ସରକାରୀ ଅର୍ଥ ମିଳିପାରେ। ବାସଗୃହ ପରିବେଶ ଉତ୍ତମମାନର ହେବ। ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତ ହେବ। ଗୁଣବାନ୍‌ ଓ କୀର୍ତ୍ତିମାନ ହେବେ।
କର୍କଟ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦୁପଯୋଗ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ସିଂହ- ହୃଦୟବାନ୍‌, ଯଶସ୍ବୀ ହୋଇପାରନ୍ତି। କିଛି ସମସ୍ୟା ପାଇଁ ମନରେ ଆଶଙ୍କା ଓ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କନ୍ୟା- ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। ବହୁ ସୁଖକର ଘଟଣା ଘଟିବ। ସପତ୍ନୀକ ଆନନ୍ଦ ଉପଭୋଗ କରିବେ। ପରୋପକାରୀ ଓ ସେବା ମନୋଭାବର ହେବେ। ଭୋଜନ ତୃପ୍ତିଦାୟକ ହେବ।
ତୁଳା- ବହୁ କଷ୍ଟରେ ଶତ୍ରୁ ଉପରେ ବିଜୟ ହାସଲ କରିବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଯଶସ୍ବୀ ହେବେ। ଧୈର୍ଯ୍ୟବାନ୍‌ ହେବେ। ମାନସିକ ଶାନ୍ତି ପାଇବେ।
ବିଛା- ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଦ୍ୟାର୍ଥୀଙ୍କୁ ସହାୟତାର ହାତ ବଢ଼ାଇ ପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ। ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ସୁଭାଷା, ସୁବିଦ୍ୟାଯୁକ୍ତ ହେବେ।
ଧନୁ- ଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ନୃତ୍ୟ, ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ଅମୂଲ୍ୟ ରତ୍ନ ପ୍ରାପ୍ତ ହେବେ।
ମକର- ରାଜପ୍ରାସାଦ ହେତୁକ ସମସ୍ତ ସୁଖୌଶ୍ଚର୍ଯ୍ୟ ଭୋଗ କରିପାରନ୍ତି। ଯାନବାହନ ସୁଖ ମିଳିବ। ଦେବ ଦର୍ଶନରେ ସମସ୍ତ କଳ୍ମୁଷ ଦୂର ହେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି।
କୁମ୍ଭ- ସର୍ବଜନାନୁରକ୍ତ ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ବାଣିଜ୍ୟ କାରବାର ଲାଭପ୍ରଦ ହେବ। ରାଜତୁଲ୍ୟ ହୋଇପାରନ୍ତି। କର୍ମରେ ଉତ୍ସାହୀ ଓ ପରୋପକାରୀ ହେବେ। ଧନଲାଭ ହୋଇପାରେ।
ମୀନ- ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁଖସମ୍ମାନ ଲାଭ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories