www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ନୂଆ ବର୍ଷ କେଉଁ ରାଶି ପାଇଁ କିପରି କଟିବ

ମେଷ: ଆପଣଙ୍କ ଉଦାର ସ୍ବଭାବ ଖଳ ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରେ। କୃଷକମାନଙ୍କ ଉପଦେଷ୍ଟା ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସହ ଯାନବାହନ ସୁଖ ଭୋଗ କରିପାରନ୍ତି। ସୁସ୍ଥ ରହିବେ।
ବୃଷ: ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ବୁଦ୍ଧି, ବିବେକ ବଳରେ ପରକୁ ଆପଣାର କରିପାରନ୍ତି। ପରୋପକାର ଓ ସେବା ମନୋବୃତ୍ତି ଯୋଗୁଁ ପ୍ରଶଂସାର ପାତ୍ର ହେବେ। ଅସାଧ୍ୟ ସାଧନ କରିପାରନ୍ତି।
ମିଥୁନ: ଆଜି ଆପଣଙ୍କ ଭାଗ୍ୟ ଡୋରୀ ନିୟତି ହାତରେ ରହିଛି। କର୍ମ ଅନୁସାରେ ଫଳ ପ୍ରାପ୍ତ ହେବ। ସହନଶୀଳ ମନୋଭାବ ଯୋଗୁଁ ଆପଣଙ୍କ ସହିତ ଦୁଷ୍ଟାମି ଆଚରଣ କରିଥିବା ବ୍ୟକ୍ତି ପଶ୍ଚାତାପ କରିବେ। ଧନାଗମ ହେବ।

କର୍କଟ:  ସୁଖ, ଶାନ୍ତି, ଦୟା, କ୍ଷମା ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାର ବିଚାରଧାରା ଆପଣଙ୍କ ସପକ୍ଷରେ ଯିବା ସହିତ ଅର୍ଥ ଦାନର ବ୍ୟବସ୍ଥା କରିପାରେ। ଦାମ୍ପତ୍ୟ ସୁଖ ମିଳିପାରେ।

- Advertisement -

ସିଂହ:ପାପ, ତାପ, ପରିହରକ କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ପରାଙ୍ଗ୍‌ପୁଷ୍ଟ ନ ହୋଇ ନିଜର ଧୀ ଶକ୍ତି ପ୍ରୟୋଗରେ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରିବେ। ଗରିବଙ୍କ ଚିକିତ୍ସାରେ ଧନ ବ୍ୟୟ କରିବେ।

କନ୍ୟା:ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଭାଷାରେ ନୂତନ ଦିଗନ୍ତ ସୃଷ୍ଟି କରିପାରନ୍ତି। ଚାରୁ ଚନ୍ଦନା ଦେହୀ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଶ୍ରଦ୍ଧା, ସମ୍ମାନ ଓ ଧନ ସରକାରୀ କୃପାରୁ ମିଳିବ।
ତୁଳା: ପାରିବାରିକ ସ୍ନେହ, ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଦୟାଳୁ ଓ ସମ୍ୟକ୍‌ ତତ୍ତ୍ବଦର୍ଶୀ ହେବେ। ଗୁଣାତୀତ ହେବେ। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ। ବାଣିଜ୍ୟ କାରବାର ଲାଭପ୍ରଦ ହେବ।
ବିଛା : ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଜନମାନସରେ ପ୍ରଶଂସାର ପାତ୍ର ହେବେ। ଭାଗ୍ୟାକାଶକୁ ଉଜ୍ଜ୍ବଳ କରିପାରନ୍ତି। ଶାନ୍ତି ଓ ତୃପ୍ତିର ସୂତ୍ର ସତ୍‌ସଙ୍ଗରୁ ପାଇବେ। ସେବା ଭାବନାରେ ଉନ୍ମୁକ୍ତ ହୋଇପାରନ୍ତି।
ଧନୁ: ଆକାଂକ୍ଷା ରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରିପାରେ। ସଫଳତା ପାଇବାକୁ ହେଲେ ସାହସ, ଧୈର୍ଯ୍ୟ, ତିତିକ୍ଷା, ସତର୍କତା, ନୀରୋଗତା, ସଂଗଠନ ଶକ୍ତିଭଳି ଗୁଣର ଆବଶ୍ୟକ।
ମକର: ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ଅହଂକାର ଓ ଆସକ୍ତିରେ ତ୍ରସ୍ତ ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହୋଇପାରେ।

କୁମ୍ଭ:କର୍ମଚଞ୍ଚଳ ରହିବେ। ଗରିବ ଓ ଅସହାୟଙ୍କ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିବେ। ସେମାନଙ୍କୁ ଆର୍ଥିକ ସହାୟତା କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରନ୍ତି।
ମୀନ: ସହନଶକ୍ତି ଓ ସଚ୍ଚୋଟତା ବଳରେ ଶତ୍ରୁତାର ଅବସାନ ଘଟାଇବେ। ଆଶା ମରୀଚିକା ପରି ଛଳନାମୟୀ ହୋଇପାରେ, ତା’ର ନିରାକରଣ ହେଉଛି କେବଳ ସତର୍କତା। ସପତ୍ନୀକ ଈଶ୍ବରଙ୍କୁ ଦର୍ଶନ କରିପାରନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories