ପତଙ୍ଗ ପକ୍ଷରୁ ୩ୟ ଯୁବ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ, ଯୋଗଦେଲେ ୫ ରାଜ୍ୟରୁ ୨୫ ଛାତ୍ରଛାତ୍ରୀ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜରାଙ୍ଗ ଠାରେ ସାମାଜିକ ସଙ୍ଗଠନ ପତଙ୍ଗ ତରଫରୁ ମେ ୨୭ ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଏହାର ତୃତୀୟ ଯୁବ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଦେଶର ୫ଟି ରାଜ୍ୟ ଯଥା ଓଡିଶା, ଛତିଶଗଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ସମୁଦାୟ ୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ସମ୍ବଲପୁର), ପଞ୍ଚାୟତ ଡିଗ୍ରୀ କଲେଜ (ବରଗଡ), ଲକ୍ଷ୍ମୀ ନାରାୟଣ କଲେଜ (ଝାରସୁଗୁଡା), ଏନଏସି କଲେଜ (ବୁର୍ଲା), ହୀରାକୁଦ କଲେ, ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି।

prayash

ଗ୍ରୀଷ୍ମର କରାଳ ପ୍ରଭାବ ମଧ୍ୟରେ ଛାତ୍ରଛାତ୍ରୀ ମାନେ ଉତ୍କଣ୍ଠାର ସହିତ ଭାଗ ନେଇଥିଲେ। ଜଳ, ଜଙ୍ଗଲ, ଜମି, ଜନ୍ତୁ ଓ ଜନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଧାରଣା ଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଆଜିର ବ୍ୟସ୍ତ ବହୁଳ ଜୀବନରେ ଛାତ୍ରଛାତ୍ରୀ ମାନେ କିଭଳି ଭାବରେ ବସ୍ତାବିକ ଜୀବନର ଅନୁଭବରୁ ବିଭିନ୍ନ ନୁତନ ବିଷୟରେ ଜ୍ଞାନ ଆହରଣ କରିପାରିବେ, ତାହା ଉପରେ ଶିବିରରେ ଫୋକସ କରାଯାଇଥିଲା। ୨୫ ଜଣ ପ୍ରତିଭାଗୀଙ୍କ ମଧ୍ୟରୁ ସମସ୍ତଙ୍କ ପାଇଁ ଏମିତ ଏକ ଗାଁ କୁ ଯାଇ ରହିବା ଏବଂ ତାହା ସହ ଗ୍ରାମରେ ଥିବା ଲୋକଙ୍କ ଜୀବନ ଶୈଳୀକୁ ଆପଣେଇ ବଞ୍ôଚବା ଏକ ନୂଆ ଅନୁଭବ ଓ ଶିକ୍ଷା ନେଇ ଆସିଥିଲା। ଶିବିରାର୍ଥୀ ମାନେ ଗ୍ରାମରେ କୃଷକ ଓ ଶ୍ରମିକଙ୍କ ଜୀବନ ବଞ୍ôଚବାର ସୁଯୋଗ ପାଇଥିଲେ।

ଏଥିସହ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଷୟରେ ସରୋଜ ମହାନ୍ତି, ପ୍ରତାପ ଦେଓ, ଯଶବନ୍ତ ନାୟକ, ବିଜୟ କୁମାର ନାୟକ ଓ ଅଗ୍ନିଶମ ବିଭାଗ (ଯୁଯୁମୁରା) ଦ୍ୱାରା ମାର୍ଗଦର୍ଶନ କରାଯାଇଥିଲା। ଶିବିରର ଶେଷ ଦିବସରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ସ୍ମରଣିକା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିବିରକୁ ପତଙ୍ଗ କର୍ମୀ ଅମିନା, ବୈଶାଳୀ ଓ ଦିବ୍ୟଦର୍ଶିନୀ ପରିଚାଳନା କରିଥିଲେ। ଗ୍ରାମର ଅଧିବାରୀ ଜୟମାସୀ ଆଇନ୍ଦ, ବନ୍ଧନ, ସସ୍ମିତା, ଲିଲିମା, ମାଧୁ ଟପ୍ନୋ, ବିମଲ ଗୁଡିଆ, ବେରୋନିକା ଓ ଅନ୍ୟ ମାନେ ଶିବିରକୁ ପରିଚାଳନାରେ ସକ୍ରିୟ ସହାୟତା କରିଥିଲେ।

Comments are closed.