ହରିୟାଣାରେ ଭୁଲ ଅସ୍ତ୍ରୋପଚାର, ୩୮ ଜଣଙ୍କ ଦୃଷ୍ଟି ଶକ୍ତି ହରାଇବା ଆଶଙ୍କା

0

ରୋହତକ : ହରିୟାଣାର ସରକାରୀ ହସ୍ପିଟାଲରେ ୩୮ ରୋଗୀଙ୍କ ଆଖି ଅସ୍ତ୍ରୋପଚାରରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଭୁଲ ଅସ୍ତ୍ରୋପଚାରରୁ ୩୮ ରୋଗୀ ଦୃଷ୍ଟି ଶକ୍ତି ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅସ୍ତ୍ରୋପଚାର ପରଠାରୁ ରୋଗୀଙ୍କ ଆଖିରେ ଅସହ୍ୟ ଯନ୍ତ୍ରଣା ହେବା ସହ କୁଣ୍ଡାଇ ହେଉଛି। ପ୍ରାୟ ରୋଗୀଙ୍କ ଆଖିରେ ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି। ହରିୟାଣା ରୋହତକସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟଚ୍ୟୁଟ୍‍ ଅଫ ମେଡିକାଲ ସାଇନ୍ସ (ପିଜିଆଇଏମ୍‍ଏସ୍‍)ରେ ଏହି ଅସ୍ତ୍ରୋପଚାର ହୋଇଥିଲା। ବୁଧବାର ରୋଗୀମାନେ ଆଖିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଭୁଲ ଅସ୍ତ୍ରୋପଚାର ଓ ଭୁଲ ଔଷଧ କାରଣରୁ ରୋଗୀଙ୍କ ଆଖିରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଛି। ଏଥିପାଇଁ ନିଯୁକ୍ତ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ କହିବା ଅନୁସାରେ ରୋଗୀଙ୍କ ଆଖି ଅବସ୍ଥା ଏବେ ଗୁରୁତର ରହିଛି। ପ୍ରାୟ ରୋଗୀ ଦୃଷ୍ଟି ଶକ୍ତି ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Leave A Reply