ଜବାବ ଦେଲା ଭାରତ – ୧୫ ପାକ୍ ସୈନିକ, ୮ ଆତଙ୍କବାଦୀ ନିପାତ
ଡେସ୍କ: ଜାମ୍ମୁ-କାଶ୍ମୀରର କେରନ ସେକ୍ଟର ନିକଟ ନିୟନ୍ତ୍ରଣ ରେଖା (ଏଲଓସି) ଲଙ୍ଘନ କରି ପାକିସ୍ତାନର ଆତଙ୍କବାଦୀ ଶିବିର (ଲଞ୍ଚପ୍ୟାଡ) ଓ ଅସ୍ତ୍ରାଗାର ଉପରେ ଭାରତ ସେନା ବଡ ଧରଣର ଆକ୍ରମଣ କରିଥିଲା। ଶୁକ୍ରବାର (ଏପ୍ରିଲ ୧୦ ତାରିଖ)ରେ ଭାରତ ସେନା କରିଥିବା ଏହି ସାମରିକ କାର୍ୟ୍ୟାନୁଷ୍ଠାନରେ ପାକିସ୍ତାନର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ରବିବାର ଗୁଇନ୍ଦା ସୂଚନା ମିଳିଛି। ସୂଚନା ମୁତାବକ, ଭାରତର ଏହି କାର୍ୟ୍ୟାନୁଷ୍ଠାନରେ ପାକିସ୍ତାନର ୧୫ ସୈନିକ ଓ ୮ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପାକିସ୍ତାନର ଦୁଧନିଆଲ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଓ ଅନ୍ୟାନ୍ୟ ଗୋଦାମ ଘର ନଷ୍ଟ ହୋଇଛି। ବାର ଆକ୍ରମଣ ପରେ ପାକିସ୍ତାନର କି ପ୍ରକାର କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନଥିଲା। ତେଣୁ ସେନା ଗୁଇନ୍ଦା ବିଭାଗ ଏହି କ୍ଷତିକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହରେ ଲାଗିଥିଲା। ତଥ୍ୟ ସଂଗ୍ରହ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାରତ ସେନାର ଏହି କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ପାକିସ୍ତାନ ସେନା ସ୍ୱୀକାର କରିଛି; ମାତ୍ର କ୍ଷତିକୁ ସ୍ୱୀକାର କରି ନାହିଁ। ପାକିସ୍ତାନ ସେନା କହିଛି ଯେ ନିୟନ୍ତ୍ରଣ ରେଖା ନିକଟ ସାରଦା, ଦୁଧନିଆଲ ଓ ଶାହାକୋଟ ସେକ୍ଟର କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୪ଜଣ ସାଧାରଣ ନାଗରିକ ଓ ଜଣେ ୧୫ବର୍ଷର ବାଳିକା ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କ ନିମନ୍ତେ ମହଜୁଦ ରହିଥିବା ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଏହି ସବୁ ଗୋଦାମରେ ଗଚ୍ଛିତ ରହିଥିଲା। ଶୁକ୍ରପାକିସ୍ତାନ କହିଛି ଯେ ଭାରତ ସେନା ଚଳିତ ବର୍ଷ ୭୦୮ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଏପରି ଆକ୍ରମଣ କରିଛି। ଭାରତ ସେନାର ଏହି କାର୍ୟ୍ୟାନୁଷ୍ଠାନ ଉପରେ ପାକିସ୍ତାନ ଜବାବ ଦିଆଯାଇଥିବା ଏହାର ସେନା ମୁଖପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ପାକିସ୍ତାନ ସେନା ପକ୍ଷରୁ ରବିବାର ଅପରାହ୍ନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ପୁଞ୍ଚ ଜିଲାର କେରନି ସେକ୍ଟର, କୁପୱାଡ଼ା ଜିଲାର ଟାଙ୍ଗଧର ଓ କରନା କ୍ଷେତ୍ରର ସୀମାନ୍ତ ଅଞ୍ଚଳକୁ ମୋର୍ଟାର ଓ ଗୁଳିମାଡ଼ କରାଯାଇଛି। ଫଳରେ ୩ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭାରତୀୟ ଯବାନ ଏହାର ମୁହଁତୋଡ଼ ଜବାବୀ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ଏକ ସପ୍ତାହ ଧରି ପାକିସ୍ତାନୀ ସେନା ବାରମ୍ବାର ଜାମ୍ମୁର ପୁଞ୍ଚ ଜିଲାର ଏକାଧିକ ଅଞ୍ଚଳକୁ ଗୁଳିଗୋଳାମାଡ଼ ଚଳାଇଛି। ଫଳରେ ବାଧ୍ୟ ହୋଇ ଭାରତୀୟ ସେନା ଶୁକ୍ରବାର ନିୟନ୍ତ୍ରଣ ରେଖା ଅତିକ୍ରମ କରି ଜବାବୀ କାର୍ୟ୍ୟାନୁଷ୍ଠାନରେ ଏହାର ଏକାଧିକ ଶିବିର ଓ ଅସ୍ତ୍ରାଗାରକୁ ଧ୍ବଂସ କରିଥିଲା।
ଭାରତର ଏହି ପ୍ରତିଆକ୍ରମଣ ପୂର୍ବରୁ ରବିବାର (ଏପ୍ରିଲ ୫) ତାରିଖରେ କେରନ ସେକ୍ଟରରେ ଭାରତ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ପାରା ଏସଏଫ ବାଟାଲିୟନରେ ୫ କମାଣ୍ଡୋ ସହିଦ ହୋଇଥିଲେ। କରୋନା ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବାବେଳେ ଏହି ଦୁଇଦେଶ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ୭୭୮ କିମି ଏଲଓସି ମଧ୍ୟରେ ଚଳିତ ବର୍ଷ ୧୨୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଲାଣି।
Comments are closed.