ସିରିଆ ମାଟିରେ ଇରାନକୁ କାର୍ଯ୍ୟ କରିବାର ଅନୁମତି ଦିଆଗଲେ ବାସର ଆସାଦଙ୍କୁ ହଟାଇଦେବୁ: ଇସ୍ରାଏଲ

0

ଜେରୁଜେଲମ୍‌ : ସିରିଆ ମାଟିରେ ଇରାନକୁ କାର୍ଯ୍ୟ କରିବାର ଅନୁମତି ଦିଆଗଲେ ରାଷ୍ଟ୍ରପତି ବାସର ଆସଦଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯିବ ବୋଲି ଇସ୍ରାଏଲ ଧମକ ଦେଇଛି। ଇରାନକୁ ଇସ୍ରାଏଲ ନିଜର ପରମ ଶତ୍ରୁ ବୋଲି ବିବେଚନା କରିଥାଏ। ତେଣୁ ସିରିଆରେ ଇରାନର ଉପସ୍ଥିତିକୁ ଇସ୍ରାଏଲ ବିରୋଧ କରିଛି। ସିରିଆରେ ରହି ପରମାଣୁ ବୋମା ତିଆରି କରିବା ଓ ସ୍ଥାୟୀ ଶିବିର ସ୍ଥାପନ ପାଇଁ ଇରାନ ଯୋଜନା କରୁଛି। ଇରାନର ଏପରି ଯୋଜନାକୁ ଯଦି ରାଷ୍ଟ୍ରପତି ବାସର ଅଲ୍‌ ଆସାଦ ଅନୁମତି ଦିଅନ୍ତି ତେବେ ଇସ୍ରାଏଲ ଏହାକୁ ବିରୋଧ କରିଛି। ଇସ୍ରାଏଲ ଶକ୍ତିମନ୍ତ୍ରୀ ୟୁବାଲ ଷ୍ଟେନିଜ କହିଛନ୍ତି ଯେ ବାସର ଆସାଦ ଯଦି ଇରାନକୁ ଅନୁମତି ଦିଅନ୍ତି ତେବେ ଏହା ବାସର ଆସଦଙ୍କୁ ହତ୍ୟା କରିବ କିମ୍ବା ଏହାର ସରକାରର ପତନ ଘଟାଇବ।

Leave A Reply