BJD Bijuli 480×75 Mob

ସଡକ ଦୁର୍ଘଟଣାରେ ୩ମୃତ, ୨ଗୁରୁତର

BJD Bijuli 480×75 Mob
0

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମର ୭ମ ବେଟାଲିୟନରୁ ଅବସର ନେଇଥିବା ବାଇଚେଲ ଏକ୍କା(୬୫) ଓ ତାଙ୍କ ପରିବାର ବର୍ଗ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ତେଲେନଡ଼ିହିକୁ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ। ନିର୍ବନ୍ଧ କାର୍ଯ୍ୟ ସାରି ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ସରପଗଡ଼ ପଟୁ ଦୃତଗତିରେ ଆସୁଥିବା ଏକ ବୋଲେରୋ ଏମାନଙ୍କ ଉପରେ ସିଧାସଳଖ ମାଡ଼ିଯାଇଥିଲା। ଫଳରେ ମହିଳା ସମେତ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। ଖବର ପାଇ ଥାନା ଅଧିକାରୀ ଚିତ୍ତରଞ୍ଜନ ନାୟକ, ମହିଳା ସବଇନ୍ସପେକ୍ଟର ସୌଦାମିନୀ ନାଗ ସଦଳେ ବଳେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ହସ୍ପିଟାଲକୁ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ବୋଲେରୋ ଘଟଣାସ୍ଥଳରୁ ଚାଲିଯାଇଥିବାରୁ ତାକୁ ଠାବ କରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।

Leave A Reply